ତେବେ ରଞ୍ଜିତ ସିଂଙ୍କ ଜୀବନ ରକ୍ଷା ହୋଇପାରିନଥିଲା । ତେବେ କାର ଛଡାଇନେବା ଘଟଣାରେ ବର୍ତ୍ତମାନ ଏହି ଛାତ୍ରମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ରିପୋର୍ଟ ଅନୁଯାୟୀ ୬୮ ବର୍ଷୀୟ ରଣଜିତ ସିଂ ଯାଦବ କିଛି ଛାତ୍ରଙ୍କ ସହ ଦିଲ୍ଲୀରୁ ଗ୍ୱାଲିଅରକୁ ଯାଉଥିଲେ। ରବିବାର ରାତିରେ ଟ୍ରେନ ଆଗ୍ରାରେ ପହଂଚିବା ପରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା | ଧୀରେ ଧୀରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଗ୍ୱାଲିଅରରେ ଛାତ୍ରମାନେ ତାଙ୍କୁ ଟ୍ରେନରୁ ଓହ୍ଲାଇ ଡାକ୍ତରଖାନା ନେବା ପାଇଁ କାର ଖୋଜିବା ଆରମ୍ଭ କରିଥିଲେ। ହାଇକୋର୍ଟର ବିଚାରପତି ସଞ୍ଜୀବ ଏସ କାଲଗାଓଁକାରଙ୍କ କାର ପ୍ଲାଟଫର୍ମ ବାହାରେ ପାର୍କିଂ କରାଯାଇଥିଲା।
ଛାତ୍ରମାନେ ସେମାନଙ୍କ ଡ୍ରାଇଭରଙ୍କ ସାହାଯ୍ୟ ମାଗି ଡାକ୍ତରଖାନା ନେବାକୁ ଅନୁରୋଧ କରିଥିଲେ କିନ୍ତୁ ଯେତେବେଳେ ଡ୍ରାଇଭର ରାଜି ହୋଇନଥିଲେ ସେତେବେଳେ ଛାତ୍ରମାନେ ଡ୍ରାଇଭରଙ୍କ ପାଖରୁ ଚାବି ଛଡ଼ାଇ ନେଇଥିଲେ। କୌଣସି ପ୍ରକାରେ ରଞ୍ଜିତ ସିଂଙ୍କୁ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଅନ୍ୟପକ୍ଷରେ ଜଜଙ୍କ କାର ଛଡାଇ ନିଆଯାଇଥିବାର ଖବର ପାଇବା ମାତ୍ରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। କିଛି ସମୟ ପରେ ଏହି କାରଟି ଜୟାରୋଗ୍ୟ ହସ୍ପିଟାଲ ବାହାରେ ଦେଖିବାକୁ ମିଳିଥିଲା | ଆଉ ଏବେ ପୁଲିସ ଏହା ବିରୋଧରେ ମାମଲା ରୁଜୁ କରିଛି |