ଜମିବାଡିକୁ କେନ୍ଦ୍ର କରି ଏସିଡ୍ ମାଡ, ବାପା ପୁଅ ଗୁରୁତର…

attack-2

ବ୍ରହ୍ମଗିରି : ଏସିଡ୍ ମାଡରେ ବାପା ପୁଅ ଗୁରୁତର । ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଳକ ଗୋମୁଣ୍ଡିଆ ଉଆସପଦର ଗାଁରେ ଅଭାବନୀୟ ଘଟଣା । ଜମିବାଡିକୁ କେନ୍ଦ୍ର କରି ଏସିଡ୍ ମାଡ ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଉଭୟ ବାପା ପୁଅଙ୍କୁ ପ୍ରଥମେ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।

ସକାଳୁ ନିଜ ଘର ବାଡିପଟେ ଅଧିକାରୀ ତରେଇ ଏବଂ ରାଜେନ୍ଦ୍ର ତରେଇ କାମ କରୁଥିବା ବେଳେ ସେହି ଗାଁର ସନ୍ତୋଷ ମହାରଣା ଏସିଡ୍ ମାଡ କରିଛନ୍ତି । ଖବର ପାଇ ପୋଲିସ୍ ପହଞ୍ଚି ଅଭିଯୁକ୍ତ ସନ୍ତୋଷ ମହାରଣାଙ୍କୁ ଅଟକ ରଖି ତଦନ୍ତ କରୁଛି ।

nis-ad
Leave A Reply

Your email address will not be published.