ସୌରୀନ ଭଟଙ୍କ ବିରୋଧରେ ଜାରି ହେଲା ଏନ ବି ଡବ୍ଲ୍ୟୁ

sou

କଣ୍ଠଶିଳ୍ପୀ ସୌରୀନ ଭଟଙ୍କ ପାଇଁ ବଢ଼ିଲା ଅଡ଼ୁଆ । ସୌରୀନ ଭଟଙ୍କ ବିରୁଦ୍ଧରେ ଜାରି ହେଲା ଏନ ବି ଡବ୍ଲ୍ୟୁ ବା ଜାମିନ ବିହୀନ ଗିରଫ ପରବାନା। ଜାମିନ ବିହୀନ ଗିରଫ ପରୱାନା ପାଇଁ ପୋଲିସ ପକ୍ଷରୁ କୋର୍ଟରେ କରାଯାଇଥିବା ଆବେଦନକୁ ଅନୁମତି ଦେଇଛନ୍ତି କଟକ ଏସ.ଡି.ଯେ.ଏମ କୋର୍ଟ।

ସୌରୀନ ଦୀର୍ଘ ଦିନ ଧରି ତଦନ୍ତରେ ସହଯୋଗ ନ କରିବାରୁ ଏନ ବି ଡବ୍ଲୁ ପାଇଁ ଆବେଦନ କରିଥିଲା ପୋଲିସ। ଜଣେ ଯୁବତୀ ସୌରୀନ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ମହିଳା ଥାନାରେ ଅଭିଯୋଗ କରିଥିଲେ। ପୂର୍ବରୁ ସୌରୀନଙ୍କ ବିରୋଧରେ ଲୁକ ଆଉଟ ସରକୁଲାର ଜାରି କରିବା ସହ ଏକାଧିକ ବ୍ୟାଙ୍କ ଅକାଉଣ୍ଟ ଫ୍ରିଜ କରିଥିଲା କମିଶନରେଟ ପୋଲିସ। ପୂର୍ବରୁ ସୌରୀନଙ୍କର ଆଗୁଆ ଜାମିନ ଆବେଦନକୁ ମଧ୍ୟ ଖାରଜ କରିଥିଲେ ହାଇକୋର୍ଟ।

ଏନ ବି ଡବ୍ଲୁ ଜାରି ପରେ ଯଦି ସେ ନ ମିଳନ୍ତି ତେବେ, ପୋଲିସ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ ବୋଲି ଅତିରିକ୍ତ ଡିସିପି କହିଛନ୍ତି। ଏହା ପରେ ତାଙ୍କୁ ପଳାତକ ଘୋଷଣା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ପାରେ ବୋଲି ସୂଚନା ଦେଇଛନ୍ତି। ତାଙ୍କର ସଂମ୍ପତି ବ୍ୟାଜପ୍ତି ପାଇଁ ମଧ୍ୟ ପ୍ରକ୍ରିୟା ଆଗକୁ ନେବାର ବ୍ୟବସ୍ଥା ରହିଥିବା କହିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ। ଯଦି ଆଉ ଅଧିକ ବ୍ୟାଙ୍କ ଆକାଉଣ୍ଟ ନଜରକୁ ଆସେ, ସେଗୁଡିକୁ ମଧ୍ୟ ଫ୍ରିଜ କରାଯିବ ବୋଲି କହିଛନ୍ତି। ଏବେ ବି ସୌରୀନଙ୍କ ପାଖରେ ପହଞ୍ଚିବା ପାଇଁ ପୋଲିସ ଟିମ ଚେଷ୍ଟା ଜାରି ରଖିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

ପୂର୍ବରୁ ସୌରିନ ଭଟ୍ଟଙ୍କୁ ଠାବ କରିବା ପାଇଁ ଏକାଧିକ ଥର ରାଜ୍ୟ ବାହାରକୁ ଯାଇଥିଲା କମିଶନରେଟ ପୋଲିସର ଏକ ସ୍ବତନ୍ତ୍ର ଟିମ। ସୌରିନ ନିଜ ମୋବାଇଲ ର ସୁଇଜ ଅଫ କରିଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇ ପାରିନଥିଲା। ତେବେ ପୋଲିସ ପ୍ରଥମେ କଲିକତା ସ୍ଥିତ ବାସଭବନକୁ ଯାଇ ସେଠାରେ ଖୋଜା ଖୋଜି କରିଥିଲା। ମାତ୍ର ସେଠାରୁ ନିରାଶ ହୋଇ ଫେରିଥିଲା ପୋଲିସ। ଯୁବତୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି ମହିଳା ଥାନା ପୋଲିସ। ଧାରା ୩୭୬ ୪୯୩ ୩୪୧ ୫୦୬ ଓ ୪୧୭ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ।

nis-ad
Leave A Reply

Your email address will not be published.