ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ଲାଗି ନମୁନା ପ୍ରଶ୍ନପତ୍ର ଜାରି, ପରୀକ୍ଷାର୍ଥୀଙ୍କ ନିକଟରେ ପହଞ୍ଚାଇବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ…
ଯେହେତୁ ଆସନ୍ତା ବର୍ଷ ହେବାକୁ ଥିବା ମାଟ୍ରିକ ପରୀକ୍ଷାରେ ପୁରୁଣା ପଦ୍ଧତ୍ତି ଆପଣେଇବା ଲାଗି ନିଷ୍ପତ୍ତି ହୋଇଛି । ତେଣୁ ପରୀକ୍ଷାର୍ଥୀ ମାନେ କିପରି ଚାପମୁକ୍ତ ଭାବେ ପରୀକ୍ଷା ଦେଇପାରିବେ । ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ତେବେ ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି ଉଭୟ ଶିକ୍ଷକ ଓ ଶିକ୍ଷୟିତ୍ରୀ । ପରୀକ୍ଷା ପୂର୍ବରୁ ସାମ୍ପଲ ପେପରରେ ଅଭ୍ୟାସ କରିବା ଦ୍ବାରା ପରୀକ୍ଷା ପାଇଁ ବେଶ ସହାୟକ ହେବ ।
ଏପରିକି ବିଦ୍ୟାଳୟ ସ୍ତରରେ କିଭଳି ବିତରଣ ହେବ ସେ ଦିଗରେ ପଦକ୍ଷେପ ନେବେ। ପ୍ରଧାନଶିକ୍ଷକଙ୍କୁ ପ୍ରଶ୍ନପତ୍ର ପଠାଇବା ସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ନିକଟରେ ପ୍ରଶ୍ନପତ୍ର ପହଞ୍ଚାଇବାକୁ ଡିଇଓ ବ୍ୟବସ୍ଥା କରିବେ। ଜିଲ୍ଲା ସ୍ତରର ଅଭିଜ୍ଞ ଶିକ୍ଷକଙ୍କ ଦ୍ବାରା ପ୍ରଶ୍ନପତ୍ର ପ୍ରସ୍ତୁତ କରି ଡିଜିଟାଲ ପ୍ରଶ୍ନ ପତ୍ର ବ୍ୟାଙ୍କ ପାଇଁ ନିର୍ଦ୍ଦେଶାଳୟକୁ ପଠାଇବାକୁ ମଧ୍ୟ କୁହାଯାଇଛି ।