ମୟୂରଭଞ୍ଜ ଜିଲ୍ଲା ଯଶିପୁର ଗୋଷ୍ଠୀ ଶିକ୍ଷାଧିକାରୀ ନିଲମ୍ବିତ…

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଯଶିପୁର ଗୋଷ୍ଠୀ ଶିକ୍ଷାଧିକାରୀ ନିଲମ୍ବିତ । ଶିକ୍ଷାଧିକାରୀ ମଙ୍ଗଳ ଚନ୍ଦ୍ରସିଂଙ୍କୁ ନିଲମ୍ବନ କଲେ ଶିକ୍ଷା ସଚିବ। ତାଙ୍କ ନାଁ ରେ ବିଭିନ୍ନ ପ୍ରକାର ଅଭିଯୋଗ ଥିଲା । ନିଜେ ଶିକ୍ଷା ସଚିବ ଯଶିପୁର ଗସ୍ତକରି ତଦନ୍ତ କରି ଫେରିଥିଲେ ।

ବେଆଇନ ଭାବରେ ଶିକ୍ଷକମାନଙ୍କ ବଦଳି କରୁଥିବାର ଅଭିଯୋଗ ଥିଲା ଯଶିପୁର BEO ନାଁ ରେ। ଏମିତି କି ଗୋଟିଏ ମାସ ମଧ୍ୟରେ ୬ ଥର ବଦଳି କରିଥିବାର ଅଭିଯୋଗ ଆସିଥିଲା । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ।

nis-ad
Leave A Reply

Your email address will not be published.