ଖୁବଶୀଘ୍ର ରାଜ୍ୟର ୩୧୪ ବ୍ଲକରେ କଏନ ଏକ୍ସଚେଞ୍ଜ ମେଳା…

ଭୁବନେଶ୍ୱର :ଖୁବଶୀଘ୍ର ରାଜ୍ୟର ୩୧୪ ବ୍ଲକରେ କଏନ ଏକ୍ସଚେଞ୍ଜ ମେଳା। ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହୋଇ ତିନି ମାସ ମଧ୍ୟରେ ସରିବ। ୩ ମାସ ମଧ୍ୟରେ ସବୁ ବ୍ଲକ ଓ ବଜାର ସ୍ଥାନରେ ଏହି କାର୍ଯ୍ୟକ୍ରମ କରାଯିବ । ଲୋକମାନେ କଏନ ସହ ମଇଳା ଓ ଚିରାଫଟା ନୋଟ୍ ବଦଳାଇପାରିବେ । ଏନେଇ ସୁଚନା ଦେଇଛନ୍ତି ରିଜର୍ଭ ବ୍ୟାଙ୍କର ଆଂଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି ।

ଏବେ ପ୍ରଚଳନ ଥିବା ୫୦ ପଇସା ଠାରୁ ଆରମ୍ଭ କରି ୨୦ ଟଙ୍କିଆ କଏନ ଯାଏଁ ସବୁ ଚାଲୁଛି । ଏନେଇ ଅଧିକ ସଚେତନତା ହେବା ଦରକାର । କୌଣସି ଗୁଜବରେ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛନ୍ତି ଆରବିଆଇର ଆଂଚଳିକ ନିର୍ଦ୍ଦେଶକ । ବ୍ୟାଙ୍କରେ ମଧ୍ୟ ଲୋକମାନେ ସେମାନଙ୍କ ପାଖରେ ଥିବା କଏନ ଜମା କରିପାରିବେ । ବ୍ୟାଙ୍କ କଏନ ନେବାକୁ ମନା କରିପାରିବ ନାହିଁ । କୌଣସି ବ୍ୟାଙ୍କ ମନା କଲେ ଆରବିଆଇ ବ୍ୟାଙ୍କିଂ ଅମ୍ବୁଡ୍ସମ୍ୟାନରେ ଅଭିଯୋଗ କରିପାରିବେ ଗ୍ରାହକ ।

nis-ad
Leave A Reply

Your email address will not be published.