ଘୂର୍ଣ୍ଣିବଳୟ ସକ୍ରିୟ, ୨୭ରେ ଲଘୁଚାପ ! ସାଇକ୍ଲୋନ୍ ନାଁ ମିଚାଉଙ୍ଗ…

ବଙ୍ଗୋପସାଗରରେ ହେବ କି ବାତ୍ୟା ? ଲଘୁଚାପ ନେବ କି ସାମୁଦ୍ରିକ ଝଡ଼ ରୂପ ? କୁଆଡ଼େ ମୁହାଁଇବ ଲଘୁଚାପ ? ସମ୍ଭାବ୍ୟ ଲଘୁଚାପର ଗତିବିଧି ଉପରେ ନଜର ରଖିଛନ୍ତି ପାଣିପାଗ ବିଜ୍ଞାନୀ । ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲସ ବଙ୍ଗୋପସାଗରରେ ବାତ୍ୟା ପୂର୍ବାନୁମାନ କରିଛନ୍ତି । ମାଳୟ ଉପଦ୍ବୀପରେ ସୃଷ୍ଟି ଲଘୁଚାପ ଆଣ୍ଡାମାନ ସାଗର ଅଭିମୁଖେ ବଢୁଛି । ଏହା ଧୀରେ ଧୀରେ ବଙ୍ଗୋପସାଗରରେ ପ୍ରବେଶ କରିବ ।

ଆସନ୍ତା ସପ୍ତାହ ମଧ୍ୟଭାଗରେ ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ପରେ ବାତ୍ୟା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସାଇକ୍ଲୋନ୍ ନାଁ ରହିବ ମିଚାଉଙ୍ଗ । ଆସନ୍ତା ସପ୍ତାହ ପରେ ପୂର୍ବ ଭାରତ ଓ ବାଂଲାଦଶ ଉପକୂଳକୁ ବିପଦ ସୃଷ୍ଟି କରିବା ପୂର୍ବରୁ ସାମୁଦ୍ରିକ ଝଡ଼ରେ ପରିଣତ ହୋଇପାରେ ବୋଲି ପୂର୍ବାନୁମାନ କରିଛନ୍ତି ଜାସନ ନିକୋଲ୍ସ । ଭାରତୀୟ ପାଣିପାଗ ବିଭାଗ ବାତ୍ୟା ନେଇ କୌଣସି ପୂର୍ବନୁମାନ କରିନି ।

nis-ad
Leave A Reply

Your email address will not be published.