ଏହି ଅସ୍ତ୍ରଶସ୍ତ୍ର ପ୍ରାଣାଳୀ ଓ ପ୍ଲାଟଫର୍ମ ସୂଚୀରେ ୧୮୦ଟି ହାଲୁକା ଯୁଦ୍ଧ ବିମାନ ମାର୍କ 1A ସାମିଲ ରହିଛି । ଏଥିପାଇଁ ଆନୁମାନିକ ୧.୨ଲକ୍ଷ କୋଟି ଟଙ୍କା ଅଧିକ ବ୍ୟୟ ହେବ । ଏହି ପ୍ରକଳ୍ପରେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧ ବିମାନକୁ ବିକାଶିତ କରିବା ପ୍ରସ୍ତାବ ପଡ଼ିପାରେ । ସେହିପରି ମେଡ୍ ଇନ୍ ଇଣ୍ଡିଆ ପ୍ରକଳ୍ପରେ Su-30MKI ଯୁଦ୍ଧ ବିମାନକୁ ବିକଶିତ କରିବା କାର୍ଯ୍ୟକ୍ରମ ସାମିଲ୍ ରହିଛି । ଏଥିପାଇଁ ୬୦ହଜାର କୋଟି ଟଙ୍କା ଅଧିକ ବ୍ୟୟ ହେବ । ମେଡ୍ ଇନ ଇଣ୍ଡିଆ ପ୍ରୋଜେକ୍ଟରେ ହିନ୍ଦୁସ୍ତାନ ଏରୋନାଟିକ୍ସ ମିଲିଟେଡ୍ ବା ହାଲ୍ ଏବଂ ଭାରତୀୟ ବାୟୁସେନାର ସଂଯୁକ୍ତ ପ୍ରାୟସ ସାମିଲ ରହିଛି । ଯେଉଁଥିରେ ବିମାନର ସ୍ବଦେଶୀ ରାଡାର, ଏବିୟନୋନିକ୍ସ ଏବଂ ଅସ୍ତ୍ରଶସ୍ତ୍ର ଲେସ୍ କରାଯିବ ।
ଗୋଟିଏ ଥର AoN ସ୍ବୀକୃତି ମିଳିବା ପରେ ୩ ଚୁକ୍ତିକୁ ଅନ୍ତିମ ମୋହର ପାଇଁ କ୍ୟାବିନେଟ୍ କମିଟିକୁ ପଠାଯିବ । ଏହା ପୂର୍ବରୁ ଟେଣ୍ଡର ଓ ବ୍ୟବସାୟୀକ ମୁଦ୍ଦା ଉପରେ ବୁଝାବଣା ହେବ । ଭାରତ-ଚୀନ୍ ମଧ୍ୟରେ ତିକ୍ତତା କୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ବିଭାଗକୁ ଆହୁରି ସଶକ୍ତ କରିବାକୁ ଏଭଲି ନିଷ୍ପତ୍ତି ନିଆଯାଇଛି ।