ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଅବକାରୀ ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଅବକାରୀ ଅଧୀକ୍ଷକ ଗଙ୍ଗା ପାଇକରାୟଙ୍କ ଘରେ ରେଡ୍ କରାଯାଉଛି । ଡି ଏସ୍-ଥ୍ରୀ ସିନେମା ହଲ ନିକଟ ଭଡ଼ା ଘରେ ଚଢାଉ ଚାଲିଛି ।
ନବରଙ୍ଗପୁର ଓ ଜୟପୁର ସମେତ ୪ଟି ସ୍ଥାନରେ ଚଢାଉ ଜାରି ରହିଛି । ଭିଜିଲାନ୍ସର ୫ଜଣିଆ ଟିମ ଏଥିରେ ସାମିଲ ହୋଇଛନ୍ତି । ସଂପୃକ୍ତ ଅଧିକାରୀଙ୍କ ଜୟପୁର ଫାୟାର ଷ୍ଟେସନ ନିକଟରେ ଥିବା ୩ମହଲା କୋଠା , ଜୟପୁରର ପ୍ରକାଶ ବିଦ୍ୟାଳୟ ନିକଟରେ ଥିବା ଜମି , ଜୟପୁର ହନଗୁଡାରେ ଥିବା ପାର୍କିଂ ସେଡ୍ , ନବରଙ୍ଗପୁରରେ ଥିବା ଅଫିସ୍ ଚାମ୍ବର , ନବରଙ୍ଗପୁରର ଚାନୁରିଆ ଗୁଦା ଓ ସଦାଶିବ ମାର୍ଗରେ ଥିବା ଆବାସିକ ଭଡା ଘରେ ଚଢାଉ ଜାରି ରହିଛି ।