ମେଡିକାଲ ପାଇଖାନାରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର…

baby-1-750x422.jpg

କେନ୍ଦ୍ରାପଡ଼ା: ମେଡ଼ିକାଲ ପାଇଖାନାରୁ ମିଳିଲା ନବଜାତ ଶିଶୁ କନ୍ୟାର ମୃତଦେହ । ଏପରି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ । ଏନେଇ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

ସୂଚନା ମୁତାବକ, ଆଜି (ବୁଧବାର) ସକାଳୁ ସକାଳୁ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ମେଡ଼ିକାଲର ଜଣେ କର୍ମଚାରୀ ଅନ୍ତବିଭାଗ ପାଇଖାନାକୁ ଯାଇଥିବାବେଳେ, ଉକ୍ତ ସମୟରେ କର୍ମଚାରୀ ଜଣକ ସେଠାରେ ଏକ ନବଜାତ ଶିଶୁ କନ୍ୟାର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ଡାକ୍ତରଙ୍କୁ ଏବିଷରେ ସୂଚନା ଦେଇଥିଲେ । ଏହାପରେ ଘଟଣା ବିଷୟରେ ପୋଲିସକୁ ଖବର ଦିଆଯାଇଥିଲା । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁ କନ୍ୟାର ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

ତେବେ କିଏ ଓ କାହିଁକି ଏପରି କଲା ଆଉ ସେ କେମିତି ଡାକ୍ତରଖାନାର ଲାଟ୍ରିନ ନିକଟରେ ମୃତଦେହ ପକାଇଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ, ଗତକାଲି ରାତିରେ ମେଡ଼ିକାଲ କୁ କୌଣସି ପ୍ରସୂତି ଆସିନଥିବା ଜଣାପଡ଼ିଛି । ତେବେ ଏ ଶିଶୁ କନ୍ୟାଟି କାହାର ଆଉ କିପରି ଏଠାକୁ ଆସିଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।

nis-ad
Leave A Reply

Your email address will not be published.