ଖଲିସ୍ତାନୀଙ୍କ ବିରୋଧରେ ପଞ୍ଜାବ ଓ ହରିୟାଣାର ୧୪ଟି ସ୍ଥାନରେ ଏନଆଇଏର ଚଢଉ…

nia

ନୂଆଦିଲ୍ଲୀ: ସାନ୍ ଫ୍ରାନ୍ସିସ୍କୋସ୍ଥିତ ଭାରତୀୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ବୁଧବାର ପଞ୍ଜାବ ଓ ହରିୟାଣାର ୧୪ଟି ସ୍ଥାନରେ ଚଢ଼ାଉ କରିଛି।

ହରିୟାଣାର କୁରୁକ୍ଷେତ୍ର ଏବଂ ଯମୁନାନଗରରେ ଚଢଉ କରାଯାଇଥିଲା ବୋଲି ଏନଆଇଏ କହିଛି। ସେହିପରି ପଞ୍ଜାବର ଜଳନ୍ଧର, ମୋଗା, ଲୁଧିଆନା ଓ ପଟିଆଲା ସମେତ କେତେକ ଅଞ୍ଚଳରେ ଚଢଉ କରାଯାଇଥିଲା । ଅଧିକାରୀମାନେ କହିଛନ୍ତି ଯେ ଏନଆଇଏ ଏହି ମାମଲାର ତଦନ୍ତ ପାଇଁ ଅଗଷ୍ଟ ୨୦୨୩ରେ ସାନ୍ ଫ୍ରାନ୍ସିସ୍କୋ ଗସ୍ତ କରିଥିଲା। ଏହା ଅଧୀନରେ ଆକ୍ରମଣକାରୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଥିଲା।

ଏନଆଇଏ କହିଛି ଯେ ତଦନ୍ତ ସମୟରେ ଭାରତୀୟ ଦୂତାବାସ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିବା କିଛି ଲୋକଙ୍କୁ ଚିହ୍ନଟ କରାଯାଇଛି। ଏନଆଇଏର ଜଣେ ମୁଖପାତ୍ର କହିଛନ୍ତି ଯେ ମାର୍ଚ୍ଚ ୧୯ ଏବଂ ଜୁଲାଇ ୨ ରେ ଦୂତାବାସ ଉପରେ ଆକ୍ରମଣ ହୋଇଥିଲା। କାର୍ଯ୍ୟାନୁଷ୍ଠାନ ସମୟରେ ଅଭିଯୁକ୍ତଙ୍କ ସମ୍ପର୍କିତ ତଥ୍ୟ ଥିବା ଡିଜିଟାଲ ଡାଟା ଜବତ କରାଯାଇଛି। ଅନ୍ୟାନ୍ୟ ଆପତ୍ତିଜନକ କାଗଜପତ୍ର ମଧ୍ୟ ଜବତ କରାଯାଇଛି। ବେଆଇନ ପ୍ରବେଶ, ସରକାରୀ ସମ୍ପତ୍ତି ନଷ୍ଟ, ଦୂତାବାସ ଅଧିକାରୀଙ୍କୁ କ୍ଷତି ପହଞ୍ଚାଇବା ଏବଂ କୋଠାରେ ନିଆଁ ଲଗାଇବା ଭଳି ଅପରାଧର ତଦନ୍ତ କରୁଛି ଏନଆଇଏ । ଗତ କାଲି କାନାଡାରେ ରହୁଥିବା ଖଲିସ୍ତାନୀ ଆତଙ୍କବାଦୀ ଗୁରୁପଟଓ୍ବନ୍ତ ସିଂ ପନ୍ନୁ ବିରୋଧରେ ଏଫଆଇଆର ରୁଜ୍ଜୁ କରିଥିଲା ଏନଆଇଏ ।

nis-ad
Leave A Reply

Your email address will not be published.