ପୋଲତଳୁ ମିଳିଲା ନବଜାତ ଶିଶୁ କନ୍ୟା ମୃତଦେହ

baby_feet-1508783718-3761-750x430

ବାଲେଶ୍ବର : ପୁଣି ଅଲୋଡା ହେଲା ଶିଶୁ କନ୍ୟା  । ଏମିତି କିଛି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ଅରଡ ବଜାରରୁ । ଲୁଣିଆ ଝୋଡି ପୋଲ ନିକଟରୁ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି । କିଏ ଓ କାହିଁକି ଏଠାରେ ମୃତଦେହ ଫିଙ୍ଗିଛି , ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନି । ଆଜି ସକାଳେ କିଛି ସ୍ଥାନୀୟ ଲୋକ ଏକ ବ୍ୟାଗରେ ଶିଶୁର ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ।   ପରେ ସହଦେବଖୁଣ୍ଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ  ଜାରି ରଖିଛି ।

nis-ad
Leave A Reply

Your email address will not be published.