ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

2-6-750x430

ଭୁବନେଶ୍ଵର; ଆସନ୍ତାକାଲି ଓଡିଶା ଆସୁଛନ୍ତି ମହାମହିମ । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଏହି ଅବସରରରେ ସେ ନିଜ ଜିଲ୍ଲାରେ କୁଳିଅଣା ଠାରେ ଏକ ନୂତନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ଵର ଟୁଡୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ ।

ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ଭାରତ ସରକାରଙ୍କ ଏକ ପ୍ରମୁଖ ଯୋଜନା । ୨୦୧୯ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ଵରେ ୪୫୨ଟି ନୂତନ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠାକୁ ମଞ୍ଜୁର କରାଯାଇଥିଲା । ୫୦% କିମ୍ବା ତା‘ଠାରୁ ଅଧିକ ଏବଂ ୨୦,୦୦୦ରୁ ଅଧିକ ଅନୁସୂଚିତ ଜନଜାତି ଜନସଂଖ୍ୟା ବିଶିଷ୍ଟ ପ୍ରତ୍ୟକ ଆଦିବାସୀ ବହୁଳ ବ୍ଲକରେ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ୧୨ ସେପ୍ଟେମ୍ବର ୨୦୧୯ରେ ରାଞ୍ଚି ଝାଡଖଣ୍ଡରୁ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ।

ଏହାବ୍ୟତୀତ ପ୍ରତ୍ୟେକ ବିଦ୍ୟାର୍ଥୀ ପିଛା ନିୟମିତ ଖର୍ଚ୍ଚ ୬୧,୦୦୦ ଟଙ୍କାରୁ ୧,୦୯,୦୦୦ଟଙ୍କାକୁ ବୃଦ୍ଧି କରାଯାଇଥିଲା । ପରେ ୨୦୨୨ରେ, ଇଏମଆରଏସର ନିର୍ମାଣ ଖର୍ଚ୍ଚ ଯଥାକ୍ରମେ ୨୦ କୋଟି ଟଙ୍କା ଏବଂ ୨୪ କୋଟି ଟଙ୍କାରୁ ୩୮ କୋଟି ଟଙ୍କା ଏବଂ ୪୮ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା । ପୁରୁଣା ଯୋଜନାରେ ୨୦୧୯ ପୂର୍ବରୁ ୨୮୮ଟି ବିଦ୍ୟାଳୟ ମଞ୍ଜୁର ହୋଇଥିବା ବେଳେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ୨୦୨୬ ମାର୍ଚ୍ଚ ସୁଦ୍ଧା ସମୁଦାୟ ୭୪୦ଟି ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି, ଏଥିରେ ୨୦୧୯ରେ ମଞ୍ଜୁର ହୋଇଥିବା ୭୫୨ଟି ବିଦ୍ୟାଳୟ ସାମିଲ ରହିଛି ।

ଏହି ବିଦ୍ୟାଳୟ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ଗୋଟିଏ ବିଦ୍ୟାଳୟ ପିଛା ପ୍ରାୟ ୧୫୦ ଏକର ଜମି ମାଗଣାରେ ଯୋଗାଇ ଦେବାକୁ ପଡିବ । ଓଡିଶାର ମୋଟ ୧୧୪ଟି ବିଦ୍ୟାଳୟ ନିର୍ମାଣ ହେବାକୁ ଥିବା ବେଳେ ସେଥି ମଧ୍ୟରୁ ୧୦୬ଟି ମଞ୍ଜୁର ହୋଇଛି । ଏହି ୧୧୪ଟି ବିଦ୍ୟାଳୟ ମଧ୍ୟରୁ ୨୭ଟି ବିଦ୍ୟାଳୟ ପୁରୁଣା ଯୋଜନାରେ ଏବଂ ୮୭ଟି ବିଦ୍ୟାଳୟ ନୂଆ ଯୋଜନାରେ ରହିଛି । ୮ଟି ସ୍ଥାନରେ ଜମି ଯୋଗାଡ ପ୍ରକ୍ରିୟା ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୩୨ଟି ସ୍ଥାନରେ ସ୍କୁଲ କାର୍ଯ୍ୟକ୍ଷମ ହୋଇଥିବା ବେଳେ ୩୧ଟି ସ୍କୁଲର କୋଠା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଏବଂ ୪ଟିର ନିର୍ମାଣ କାମ ନୂଆ ଯୋଜନାରେ ଜାରି ରହିଛି ।

ମାନ୍ୟବର ରାଷ୍ଟ୍ରପତି ମୟୂରଭଞ୍ଜର କୁଳିଅଣାରେ ନିର୍ମିତ ଏକଲବ୍ୟ ବିଦ୍ୟାଳୟକୁ ଉଦଘାଟନ କରିବେ । ଏଥିପାଇଁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ଵାରା ୩୮ କୋଟି ଟଙ୍କାର ବଜେଟ ମଞ୍ଜୁର କରାଯାଇଛି । ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଥିବା ରାଷ୍ଟାୟତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ଷ୍ଟିଲ କନଷ୍ଟ୍ରକସନ୍ ଲିମିଟେଡ ଦ୍ଵାରା ଏହାର ନିର୍ମାଣ କରାଯାଉଛି ।

nis-ad
Leave A Reply

Your email address will not be published.