ନିର୍ଦ୍ଦେଶକ ସଞ୍ଜୟ ଗଢ଼ବିଙ୍କ ପରଲୋକ

gad

ନୂଆଦିଲ୍ଲୀ: ସିନେମା ଦୁନିଆରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ନିର୍ଦ୍ଦେଶକ ସଞ୍ଜୟ ଗଢ଼ବିଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ପ୍ରାତଃ ଭ୍ରମଣ ସମୟରେ ସଞ୍ଜୟଙ୍କ ହୃଦପିଣ୍ଡରେ ଯନ୍ତ୍ରଣା ହୋଇଥିଲା। ତାଙ୍କ ସହିତ ଥିବା କିଛିଲୋକ ନିର୍ଦ୍ଦେଶକଙ୍କୁ ସଙ୍ଗେସଙ୍ଗେ ଚିକିତ୍ସା ପାଇଁ କୋକିଲାବେନ ଅମ୍ବାନି ହସ୍ପିଟାଲକୁ ନେଇଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତଘୋଷଣା କରିଥି‌ଲେ। ନଭେମ୍ବର ୧୯ ତାରିଖ ସକାଳ ୧୦ ଘଟିକା ସମୟରେ ନିର୍ଦ୍ଦେଶକ ଶେଷନିଶ୍ବାସ ତ୍ୟାଗ କରିଥିବା ନେଇ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇ କହିଛନ୍ତି।

୫୭ବର୍ଷ ବୟସରେ ସଞ୍ଜୟଙ୍କ ଏମିତି ଆକସ୍ମିକ ମୃତ୍ୟୁକୁ ତାଙ୍କ ପରିବାରବର୍ଗ ଓ ସମ୍ପର୍କୀୟ ଗ୍ରହଣ କରି ପାରି ନଥିଲେ। ନିର୍ଦ୍ଦେଶକଙ୍କୁ ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆ ଜରିଆରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।

ରିପୋର୍ଟଲେଖାହେଲା ପର୍ଯ୍ୟନ୍ତ ସଞ୍ଜୟଙ୍କ ପାର୍ଥିବ ଶରୀର କୋକିଲାବେନ ହସ୍ପିଟାଲରେ ହିଁ ଥିଲା। ଯଥାଶୀଘ୍ର ସଞ୍ଜୟଙ୍କ ପ‌ାର୍ଥିବ ଶରୀରକୁ ଘରକୁ ଅଣାଯିବାର ଯୋଜନାଚାଲିଛି। ସନ୍ଧ୍ୟାସୁଦ୍ଧା ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାରଲୋକ କହିଛନ୍ତି। ସଞ୍ଜୟଙ୍କ ଏଭଳି ଆକସ୍ମିକମୃତ୍ୟୁ ପରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡ଼ିଛି।

ସିନେମା ଜୀବନ କଥା କହିଲେ ସଞ୍ଜୟ ତାଙ୍କ ଜୀବନକାଳ ମଧ୍ୟରେ ଅନେକ ସଫଳ ସିନେମା ବକ୍ସ ଅଫିସକୁ ଭେଟି ଦେଇଥିବା ବେଳେ ସେଥିରେ ରହିଛି, ‘ଧୁମ’, ‘ଧୁମ୨’, ‘ମେରେ ୟାର କି ସାଦି‘, ‘ତେରେ ଲିଏ‘, ‘କିଡନ୍ୟାପ‘, ‘ଅଜବ ଗଜବ ଲବ’ ଓ ‘ଅପରେସନ ପରିନ୍ଦେ’ ସାମିଲ ଅଛି।

nis-ad
Leave A Reply

Your email address will not be published.