ନକଲି ଭିଡ଼ିଓ ପ୍ରସ୍ତୁତିରେ ଏଆଇର ଦୁରୂପଯୋଗ ପରେ ଓପନଏଆଇରେ ଇସ୍ତଫା ଝଡ଼…

ନୂଆଦିଲ୍ଲୀ: ‘ଚାଟ୍‌ଜିପିଟି’ର ‘ସିଇଓ’ ସାମ୍‌ ଅଲ୍‌ଟ୍‌ମ୍ୟାନ୍‌ଙ୍କୁ ତା’ର ମୂଳ କମ୍ପାନି ‘ଓପେନ୍‌ଏଆଇ’ ଶୁକ୍ରବାର ଦିନ ବହିଷ୍କାର କରିବା ପରେ ଆଜି ‘ଓପେନ୍‌ଏଆଇ’ର ସହ-ସଂସ୍ଥାପକ ତଥା ଅଧ୍ୟକ୍ଷ ଗ୍ରେଗ୍‌ ବ୍ରୋକ୍‌ମ୍ୟାନ୍‌ ଇସ୍ତଫା ଦେଇଥିବା କଥା ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
ସୂଚନାଯୋଗ୍ୟ, ‘ଚାଟ୍‌ଜିପିଟି’ର ସୃଷ୍ଟିକାରୀ ‘ଓପେନ୍‌ଏଆଇ’ ଶୁକ୍ରବାର ଦିନ ଘୋଷଣା କରିଥିଲା କି, ସାମ୍‌ ଅଲ୍‌ଟ୍‌ମ୍ୟାନ୍‌ଙ୍କୁ କମ୍ପାନିର ‘ସିଇଓ’ ପଦରୁ ବହିଷ୍କାର କରାଯାଇଛି। ଜାରି କରିଥିବା ବିବୃତିରେ ‘ଓପେନ୍‌ଏଆଇ’ ‌କହିଛି, ତାଙ୍କ ନେତୃତ୍ବ ନେବାର ଦକ୍ଷତା ଉପରୁ ବୋର୍ଡ (କମ୍ପାନିର ପରିଷଦ୍‌) ଭରସା ହରାଇଛି।
ତାଙ୍କ ସ୍ଥାନରେ କାମଚଳା ‘ସିଇଓ’ ଭାବେ ‘ଓପେନ୍‌ଏଆଇ’ର ‘ଚିଫ୍‌ ଟେକ୍ନୋଲୋଜି ଅଫିସର୍‌’ ମିରା ମୁରାଟିଙ୍କୁ ଦାୟିତ୍ବ ଦିଆଯାଇଛି ବୋଲି ଉକ୍ତ ବିବୃତିରେ ଉଲ୍ଲେଖ ଅଛି।
ଉଲ୍ଲେଖଯୋଗ୍ୟ, ଭାରତରେ ‘ଡିପ୍‌ଫେକ୍‌’ ମାମଲା ବୃଦ୍ଧି ପାଇବା ପରେ କମ୍ପାନି ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରଶ୍ମିକା ମନ୍ଦନ୍ନା, କେଟ୍ରିନା କୈଫ୍‌ ଓ କାଜଲ୍‌ଙ୍କ ଭଳି କେତେକ ‘ବଲିଉଡ୍‌’ ଅଭିନେତ୍ରୀ ‘ଡିପ୍‌ଫେକ୍‌’ର ସରବ୍ୟ ହେବା ପରେ ଘଟଣା ଉଦ୍‌ବେଗଜନକ ବୋଲି ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମ୍ବାଦିକମାନଙ୍କୁ କହିଥିଲେ।
‘ଓପେନ୍‌ଏଆଇ’ରୁ ବହିଷ୍କୃତ ହୋଇଥିବା କଥା ମଧ୍ୟ ୩୮ ବର୍ଷିୟ ଅଲ୍‌ଟ୍‌ମ୍ୟାନ୍‌ ନିଜେ ‘ଏକ୍ସ’ କରି ସ୍ବୀକାର କରିଛନ୍ତି।
ସାମ୍‌ ଅଲ୍‌ଟ୍‌ମ୍ୟାନ୍‌ଙ୍କୁ ବହିଷ୍କାର କରାଯିବାର ଅଳ୍ପ କେତେ ଘଣ୍ଟା ପରେ ‘ଓପେନ୍‌ଏଆଇ’ର ସହ-ସଂସ୍ଥାପକ ଗ୍ରେଗ୍‌ ବ୍ରୋକ୍‌ମ୍ୟାନ୍‌ ମଧ୍ୟ ଇସ୍ତଫା ଦେଇଛନ୍ତି। ‘ଏକ୍ସ’ରେ ପୋଷ୍ଟ୍‌ କରିଥିବା ବିବୃତିରେ ସେ ଲେଖିଛନ୍ତି, ୮ ବର୍ଷ ପୂର୍ବେ ମୋ ଆପାର୍ଟମେଣ୍ଟ୍‌ରେ ସମସ୍ତେ ମିଶି ଆମେ ମାନବତାର ମଙ୍ଗଳ ପାଇଁ ଯାହା କରିଥିଲୁ ସେଥିପାଇଁ ଖୁବ୍‌ ଗୌରବାନ୍ବିତ ମନେ କରୁଛି। କିନ୍ତୁ, ଆଜିର ଖବର ଶୁଣି ମୁଁ ଇସ୍ତଫା ଦେଉଛି।

nis-ad
Leave A Reply

Your email address will not be published.