ସଭାବେଳେ ବିଜେପି ନେତାଙ୍କୁ କାମୁଡ଼ିଲା ମହୁମାଛି, ଦରି ଘୋଡାଇ ହୋଇ ବସିଲେ ବିଧାୟକ…

Untitled-1 copy

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ଅଛି। ୨୫ ନଭେମ୍ବରରେ ମତଦାନ ହେବାକୁ ଯାଉଛି। ଏହାପୂର୍ବରୁ, ପ୍ରାର୍ଥୀମାନେ କ୍ରମାଗତ ଭାବରେ ଜନସମ୍ପର୍କ କରି ଭୋଟରଙ୍କୁ ନିଜ ଆଡକୁ ଆଣିବାକୁ ଚେଷ୍ଟା କରୁଛନ୍ତି | ତାରକା ପ୍ରଚାରକମାନେ ମଧ୍ୟ କ୍ରମାଗତ ଭାବରେ ସଭା କରୁଛନ୍ତି | ତେବେ ରାଜସ୍ଥାନର ଚୌରାସୀ ବିଧାନସଭା ନିର୍ବାଚନମଣ୍ଡଳୀରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ବାସ୍ତବରେ ଚୌରାସୀ ବିଧାନସଭା ଆସନରୁ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ପ୍ରାର୍ଥୀ ହୋଇଥିବା ସୁଶୀଲ କଟାରା ଏବେ ସଂଗୀନ ଅଭିଯୋଗ ଆଣିଛନ୍ତି |ଏକ ଗଛ ମୂଳରେ ସେ ବୈଠକ କରୁଥିବାବେଳେ ମହୁମାଛି ତାଙ୍କୁ ଆକ୍ରମଣ କରିଥିଲେ। ପରିସ୍ଥିତି ଏମିତି ହେଲା ଯିଏ ଯୁଆଡେ ପାଇଲେ ଦୌଡ଼ି ପଳାଇଲେ | ତେବେ ସୁଶୀଲ କଟାରା କୁଆଡେ ଯାଇପାରିନଥିଲେ | ଆଉ ମହୁମାଛିଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ସେ ତଳେ ପଡିଥିବା ଦରିକୁ ଢାଙ୍କି ହୋଇଯାଇଥିଲେ |
ମହୁମାଛି ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମହୁମାଛି ଆକ୍ରମଣ ପଛରେ ବିରୋଧୀଙ୍କ ଷଡଯନ୍ତ୍ର ରହିଛି ବୋଲି ସୁଶୀଲ କଟାରା କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ବିରୋଧୀ ଦଳର କର୍ମକର୍ତ୍ତାମାନେ ମହୁମାଛିଙ୍କ ବସା ଉପରେ ପଥର ଫିଙ୍ଗିଥିଲେ, ଏହା ପରେ ମହୁମାଛିମାନେ ଆକ୍ରମଣ କରିବା ଆରମ୍ଭ କରିଥିଲେ। ସୁଶୀଲ କଟାରା ଅନପୁରା ଗାଁର ଏକ ଗଛ ତଳେ ଏକ ସଭା କରୁଥିବାବେଳେ ହଠାତ୍ କିଛି ଲୋକ ମହୁମାଛିଙ୍କ ମହୁଫେଣା ଉପରକୁ ପଥର ଫିଙ୍ଗିଥିଲେ | ଆଉ ଏହାପରେ ମହୁମାଛିମାନେ ଆକ୍ରମଣ କରିଥିଲେ | ଶେଷରେ ସୁଶୀଲ କାର୍ପେଟ ତଳେ ଲୁଚି ନିଜ ଜୀବନ ରକ୍ଷା କରିଥିଲେ।

nis-ad
Leave A Reply

Your email address will not be published.