ସୁରେଶ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ନିଯୁକ୍ତ

suresj

ଭୁବନେଶ୍ବର: ରାଜ୍ୟ ସରକାର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇ୍‌ଆରସି) ଅଧ୍ୟକ୍ଷ ସୁରେଶ ମହାପାତ୍ରଙ୍କୁ ନୂଆ ଦାୟିତ୍ବ ଦେଇଛନ୍ତି। ଶ୍ରୀ ମହାପାତ୍ରଙ୍କୁ ଓଇ୍‌ଆରସି  ଅଧ୍ୟକ୍ଷ ପଦବିରୁ ଅବ୍ୟାହତି ଦେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଭାବେ ଅବସ୍ଥାପିତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସେହିପରି ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଆର୍‌.ବାଲକ୍ରୀଷ୍ଣନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଅତିରିକ୍ତ ଦାୟିତ୍ୱରୁ ଅବ୍ୟାହତି ମିଳିଛି। ଆର୍‌. ବାଲକ୍ରୀଷ୍ଣନ ପୂର୍ବ ଭଳି ସ୍ପେଶାଲ ଇନିସିଏଟିଭ୍‌ ମୁଖ୍ୟ ପରାମର୍ଶଦାତା ପଦବିରେ ରହିବେ। ସେହିପରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି) ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କୁ ମଧ୍ୟ ଅତିରିକ୍ତ ଦାୟିତ୍ବରୁ ଅବ୍ୟାହତି ମିଳିଛି। ରାଜ୍ୟ ସରକାର ଶ୍ରୀ ତ୍ରିପାଠୀଙ୍କ ଅନୁରୋଧ କ୍ରମେ ସମସ୍ତ ପ୍ରମୁଖ ପରାମର୍ଶଦାତା ପଦବିରୁ ଅବ୍ୟାହତି ଦେଇଛନ୍ତି।

ସୂଚନାଯୋଗ୍ୟ, ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ସୁରେଶ ମହାପାତ୍ର ଗତ ଫେବ୍ରୁଆରି ୨୮ ତାରିଖରେ ମୁଖ୍ୟ ଶାସନ ସଚିବ ପଦବିରୁ ଅବସର ନେଲା ପରେ ମାର୍ଚ୍ଚ ୧ ତାରିଖରେ ଓଇଆରସିର ଅଧ୍ୟକ୍ଷ ପଦବିରେ ନିଯୁକ୍ତ ହୋଇଥିଲେ।

nis-ad
Leave A Reply

Your email address will not be published.