ଗତକାଲି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ତ୍ରିଲୋଚପୁରରେ ନିର୍ମିତ ହୋଇଥିବା ଛେଳି ହଷ୍ଟେଲ ଓ ପାର୍କର ଉଦଘାଟନ କରିବା ପାଇଁ ଯାଇଥିଲେ। ହେଲେ ଗ୍ରାମବାସୀ ମାନେ ବିଧାୟକଙ୍କୁ ଗାଁ ଭିତରକୁ ପୂରାଇ ଦେଇନଥିଲେ । ରାସ୍ତା ଅବରୋଧ କରିବା ସହ ରାସ୍ତା ମରାମତି ହେଲେ ପାର୍କର ଉଦଘାଟନ କରାଯିବ ବୋଲି କହିଥିଲେ। ବିଧାୟକ ଗାଁ ଲୋକଙ୍କ ବୁଝାଇବା ପାଇଁ ବହୁ ଚେଷ୍ଟା କରିଥିଲେ , କିନ୍ତୁ କିଛି ସୁଫଳ ମିଳିନଥିଲା । ବାଧ୍ୟ ହୋଇ ବିଧାୟକ ଗାଁ ମୁଣ୍ଡରୁ ଫେରିଆସିଥିଲେ ।