ଜଗତସିଂହପୁରରେ ଦୁଇ ଆଇଓସିଏଲ କର୍ମଚାରୀଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ

Accident-Logo-in-700x430

ପାରାଦୀପ:ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେ(IOCL)ର ଦୁଇ କର୍ମଚାରୀଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଗୁରୁବାର ବିଳମ୍ବିତ ରାତିରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ସନ୍ତରାଗଡ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି ।  ଏକ ଏସୟୁଭି  ଆଇଓସିଏଲ କର୍ମଚାରୀଙ୍କ ବାଇକକୁ ଧକ୍କା ଦେଇ ଘୋଷାରି ନେଇଥିଲା । ମୃତ କର୍ମଚାରୀଙ୍କୁ ଚହ୍ନଟ କରାଯାଇଛି । ସେମାନେ ହେଲେ କେନ୍ଦୁଝର ଜିଲ୍ଲା କୋନ୍ତା ଗ୍ରାମର ବିଶ୍ୱଜିତ ନାୟକ ଏବଂ କୈବଲ୍ୟ ।

ଉଭୟ ନିଜ ମୋଟର ସାଇକେଲରେ ପାରାଦୀବ ଫେରୁଥିବାବେଳେ ସନ୍ତରାଗଡ ନିକଟରେ ଏସୟୁଭି ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା । କିଛି ବାଟ ବାଇକ ସହ ଦୁଇ ଆରୋହୀଙ୍କୁ ଘୋଷାରୀ ନେବା ପରେ କାରଟି ଦ୍ରୁତ ଗତିରେ ପଳାଇ ଯାଇଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ କୁଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରୁଛି ।

nis-ad
Leave A Reply

Your email address will not be published.