କଂଗ୍ରେସ ସାଂସଦ ଆହୁରି କହିଛନ୍ତି ଯେ ଆଜି ଲୋକମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଣ୍ଟିକୁ ନେଇ ହସୁଛନ୍ତି। ସେ ୧୫ ଲକ୍ଷ ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିଲେ। ଲୋକମାନେ ଏହା ପାଇଛନ୍ତି କି? ମୋଦୀଙ୍କ ଗ୍ୟାରେଣ୍ଟିର ଅର୍ଥ ହେଉଛି ଆଦାନୀଙ୍କ ଗ୍ୟାରେଣ୍ଟି ଏବଂ କଂଗ୍ରେସ ସରକାରର ଅର୍ଥ ହେଉଛି କୃଷକ ଏବଂ ଶ୍ରମିକଙ୍କ ସରକାର ବୋଲି ସେ କହିଛନ୍ତି। ସେ ଲୋକମାନଙ୍କୁ ପଚାରିଥିଲେ ଯେ ସେମାନେ ଆଦାନୀଙ୍କ ସରକାର ଚାହୁଁଛନ୍ତି ନା କୃଷକ, ଶ୍ରମିକ ଏବଂ ଯୁବକଙ୍କ ସରକାର ଚାହୁଁଛନ୍ତି ? ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ରାଜସ୍ଥାନ ସରକାର ଲୋକଙ୍କ ପାଇଁ ବହୁତ କାମ କରିଛନ୍ତି ଏବଂ ଯଦି ବିଜେପି ସରକାର କ୍ଷମତାକୁ ଆସନ୍ତି ତେବେ ଆମେ ଯାହା କରିଛୁ ତାହାକୁ ସମାପ୍ତ କରିଦେବେ ଏବଂ କୋଟିପତିଙ୍କ ପାଇଁ କାମ କରିବେ ।