ନଭେମ୍ବର ଶେଷ ସପ୍ତାହରେ ଦୁଇ ଥର ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

droupadi-murmu

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଭେମ୍ବର ଶେଷ ସପ୍ତାହରେ ୨ ଥର ଓଡ଼ିଶା ଗସ୍ତରେ ଆସିବେ । ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୨୦ରୁ ୨୨ ତିନି ଦିନିଆ ଗସ୍ତରେ ଆସିବେ । ପୁଣିଥରେ ନଭେମ୍ବର ୨୬ରୁ ୨୭ ଦୁଇ ଦିନିଆ ଗସ୍ତରେ ଆସିବେ ।

ମିଳିଥିବା ସୂଚନା ଅନୁସାରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଲ ଇଣ୍ଡିଆ ସାନ୍ତାଳି ରାଇଟର୍ସ କନଫରେନ୍ସରେ ଯୋଗ ଦେବେ । ଏଥିପାଇଁ ସେ ନଭେମ୍ବର ୨୦ ତାରିଖ ପୂର୍ବାହ୍ନ ୧.୫୫ ମିନିଟରେ କଲାଇକୁଣ୍ଡା ବିମାନ ବନ୍ଦରରୁ ଆସି ବାରିପଦା ହେଲିପ୍ୟାଡରେ ଓହ୍ଲାଇବେ । ବାରିପଦା ଆସିବା ପରେ ସେ ରାଇରଙ୍ଗପୁରସ୍ଥିତ ନିଜ ବାସଭବନରେ ରହି ପାରନ୍ତି । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ୨ୟ ମୟୂରଭଞ୍ଜ ଜିଲ୍ଲାଗସ୍ତ । ଏହା ପୂର୍ବରୁ ଚଳିତବର୍ଷ ଜୁଲାଇ ଶେଷରେ ସେ ମୟୂରଭଞ୍ଜ ଆସିଥିଲେ ।

ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ବାଦାମପାହାଡ ରେଳ ଷ୍ଟେଶନରୁ ରାଇରଙ୍ଗପୁର ୩୨ କିମି ଟ୍ରେନ ଯାତ୍ରା କରି ନିଜ ଜନ୍ମସ୍ଥାନକୁ ଯିବେ । ଏହି ଅବସରରେ ସେ ତିନୋଟି ନୂଆ ଟ୍ରେନର  ଉଦଘାଟନ କରିବେ । ଟାଟାନଗର-ବାଦାମପାହାଡ ମେମୁ, ବାଦାମପାହାଡ-ରାଉରକେଲା ଏକ୍ସପ୍ରେସ ଏବଂ ଶଲିମାର-ବାଦାମପାହାଡ ଏକ୍ସପ୍ରେସ । ଏହା ପୂର୍ବରୁ ମୁର୍ମୁ ମୟୂରଭଞ୍ଜର ପାହାଡପୁରଠାରେ ହେବାକୁ ଥିବା ଦକ୍ଷତା ତାଲିମ କେନ୍ଦ୍ରକୁ ଉଦ୍ଘାଟନ କରିବେ । ନଭେମ୍ବର ୨୧ ତାରିଖ ଅପରାହ୍ନରେ ବୁର୍ଲା ଗସ୍ତ କରିବେ  । ସେଠାରେ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଆଣ୍ଡ ଟେକ୍ନୋଲଜିରର ୧୫ତମ ବାର୍ଷିକ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଭେମ୍ବର ୨୨ ତାରିଖରେ ସମ୍ବଲପୁର ବ୍ରହ୍ମାକୁମାରୀ ସଂସ୍ଥାର ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ସେହିପରି ୨ୟ ପର୍ଯ୍ୟାୟ ଗସ୍ତରେ ସେ ନଭେମ୍ବର ୨୬ ତାରିଖରେ ଭୁବନେଶ୍ୱର ଆସିବେ । ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ସାମିଲ ହେବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମୁଖ୍ୟ ଶାସନ ସଚିବ ପିକେ ଜେନାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ କିପରି ଶୃଙ୍ଖଳିତ ଭାବେ ହେବ ସେ ନେଇ ଆଲୋଚନା କରାଯାଇଛି ।

nis-ad
Leave A Reply

Your email address will not be published.