ସ୍ବ-ଜାତିରେ ବାହା ହେବାକୁ ଝିଅମାନଙ୍କୁ ‘ଶପଥ’ କରାଇଲେ ‘ଡିଏମ୍‌କେ’ ସହଯୋଗୀ ଦଳର ନେତା…

gounder

ଚେନ୍ନାଇ: ସ୍ବ-ଜାତି ବା ଆପଣା ସମ୍ପ୍ରଦାୟରେ ବିବାହ କରିବା ଲାଗି ତାମିଲନାଡୁର ଶାସକ ‘ଡିଏମ୍‌କେ’ର ଅନ୍ୟତମ ସହଯୋଗୀ ଦଳ ‘କୋଙ୍ଗୁ ନାଡୁ ମକ୍କଲ ଦେଶୀୟା କାତ୍‌ଚି’ର କୋଷାଧ୍ୟକ୍ଷ କେ.କେ.ସି. ବାଲୁ ଦଳେ ଝିଅଙ୍କୁ ‘ଶପଥ’ କରାଇଥିବା ଗୋଟାଏ ଭିଡିଓରେ ଦେଖାଯାଉଛି।
ଏହି ଶପଥ ଗ୍ରହଣର ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି। ଭିଡିଓରେ ଦେଖାଯାଉଛି ସାମ୍ନାକୁ ହାତ ଉଠାଇ ରଖି, କେ.କେ.ସି. ବାଲୁଙ୍କ ଉପସ୍ଥିତିରେ ଝିଅମାନେ କହୁଛନ୍ତି, ଏହା ଏକ ଶପଥ! ଏହା ଏକ ଶପଥ! ଚିନ୍ନାମଲାଇଙ୍କ ନାମରେ ଶପଥ କରୁଛୁ ଯେ, ଆମେ ‘ଗାଉଣ୍ଡର୍‌’ ଘରର ପୁଅକୁ ବାହା ହେବୁ। ସୂଚନାଯୋଗ୍ୟ, ତାମିଲନାଡୁର ପଶ୍ଚିମାଞ୍ଚଳ ଜିଲ୍ଲାରେ ‘ଗାଉଣ୍ଡର୍‌’ ସମ୍ପ୍ରଦାୟର ପ୍ରାଧାନ୍ୟ ରହିଛି।
ଭାଇରାଲ୍‌ ହେଉଥିବା ଉକ୍ତ ଭିଡିଓରେ ଆହୁରି ମଧ୍ୟ ଦେଖାଯାଉଛି ଯେ, ପାରମ୍ପରିକ ନୃତ୍ୟ ପରିବେଶଣ କରିଥିବା ଉକ୍ତ ଝିଅମାନଙ୍କୁ କେ. କେ. ସି. ବାଲୁ ସମ୍ମାନିତ କରୁଛନ୍ତି। ଉପସ୍ଥିତ ଝିଅମାନେ ‘ୱାଲ୍ଲି କୁମ୍ମି’ ନୃତ୍ୟ ପରିବେଶଣ କରିଥିଲେ। ଏହି ନୃତ୍ୟକୁ ସାଧାରଣତଃ ପଶ୍ଚିମ ତାମିଲନାଡୁରେ ‘ଗାଉଣ୍ଡର୍‌’ମାନଙ୍କର ପାରମ୍ପରିକ ନୃତ୍ୟ ଭାବେ ବିବେଚନା କରାଯାଏ।
ତିରୁପ୍ପୁର, କୋଇମ୍ବାଟୁର୍‌, ଏରୋଡ୍‌, ସାଲେମ୍‌ ଓ ନମକ୍କଲ୍‌ରେ ପ୍ରାଧାନ୍ୟ ବିସ୍ତାର କରିଥିବା ଗାଉଣ୍ଡର୍‌ ସମ୍ପ୍ରଦାୟ ଓ ଦଳିତମାନଙ୍କ ମଧ୍ୟରେ ବିବାଦ ଲାଗିରହିଛି। ମୁଖ୍ୟତଃ, ଅଜାତି ବାହାଘର ଏହି ବିରୋଧାଚରଣ ବା ବିବାଦର କାରଣ ବୋଲି ମନେହେଉଛି। ବହୁସଂଖ୍ୟକ ‘ଗାଉଣ୍ଡର୍‌’ ଝିଅ ଦଳିତ ପୁଅଙ୍କ ପ୍ରେମରେ ପଡ଼ି ଘରୁ ପଳାଇ ଯାଉଥିବାରୁ ‘ଗାଉଣ୍ଡର୍‌’ ନେତାମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।

nis-ad
Leave A Reply

Your email address will not be published.