କାର୍ ଦୁର୍ଘଟଣାରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ, କାର୍ ଡ୍ରାଇଭର ଗିରଫ…

car-1

ଭୁବନେଶ୍ବର : ଲିଙ୍ଗରାଜ ମନ୍ଦିର ନିକଟରେ ସ୍ବାମୀ ସ୍ତ୍ରୀଙ୍କ ଉପରେ କାର୍ ଚଢିଯିବା ଘଟଣା  । ଦୁର୍ଘଟଣା ଘଟାଇଥିବା କାର୍ ଡ୍ରାଇଭରଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ । ଡ୍ରାଇଭର ଜଣକ ମଦ ପିଇ ଫୋନରେ କଥା ହୋଇ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଭୁଲ ବଶତଃ ଆଗ ଗିୟର ବଦଳରେ ଡ୍ରାଇଭର ଜଣକ ପଛ ଗିୟର ପକାଇ ସ୍ବାମୀ ସ୍ତ୍ରୀଙ୍କ ଉପରେ ଗାଡି ଚଢାଇ ଦେଇଥିଲେ । ଏ ନେଇ ସୂଚନା ଦେଇଛନ୍ତି ଜୋନ୍-୨ ଏସିପି  ।

ସୂଚନା ମୂତାବକ ଉଭୟ ଦମ୍ପତ୍ତି ପୟା ଶ୍ରାଦ୍ଧ ପାଇଁ ଆସିଥିଲେ  ।  ଗତକାଲି ରାତିରେ ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଏକ ପାର୍କିଂରେ କାର୍ ଡ୍ରାଇଭର ଜଣକ ସେମାନଙ୍କ ଉପରେ କାର୍ ଚଢାଇ ଦେଇଥିଲେ । ଫଳରେ ଦୁର୍ଘଟଣାସ୍ଥଳରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା  । ଏବଂ ସ୍ବାମୀଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡିଟିକୁ ସିଜ୍ କରିବା ସହ ଅଭିଯୁକ୍ତ ଡ୍ରାଇଭରକୁ ଅଟକ ରଖିଥିଲା । ବର୍ତ୍ତମାନ ପୋଲିସ କାର ଡ୍ରାଇଭର ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

nis-ad
Leave A Reply

Your email address will not be published.