ଉଭୟ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ମ୍ୟାଚ ନିଜ ନିଜ ମୋବାଇଲରେ ଦେଖୁଥିଲେ | ତେବେ ଦୁଇ ଭାଇ ରେଳଧାରଣାରେ ବସି ମ୍ୟାଚ ଦେଖୁଥିବାବେଳେ କାନରେ ଇୟରଫୋନ ଲଗାଇଥିଲେ | ଉଭୟ କାନପୁର-ଝାନ୍ସୀ ରେଳ ଲାଇନରେ ବସି କ୍ରିକେଟ୍ ମ୍ୟାଚ୍ ଦେଖୁଥିବାବେଳେ ଏହି ସମୟରେ ଏକ ଟ୍ରେନ ଆସୁଥିବାବେଳେ ଜାଣିପାରିନଥିଲେ | କାନରେ ଇୟର ଫୋନ ଲଗାଇଥିବାରୁ ଟ୍ରେନର ହର୍ଣ୍ଣ ଶୁଣିପାରିନଥିଲେ | ଯେଉଁଥିପାଇଁ ଉଭୟଙ୍କର ଟ୍ରେନ୍ ଧକ୍କାରେ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକଙ୍କ ସମ୍ପର୍କୀୟ କହିଛନ୍ତି ଯେ ସମ୍ପର୍କୀୟ ଭାଇ ବ୍ୟତୀତ ସେମାନେ ମଧ୍ୟ ବହୁତ ଭଲ ବନ୍ଧୁ ଥିଲେ। ଦ୍ୱାଦଶ ପରୀକ୍ଷା ଶେଷ ପରେ ଦୁହେଁ ଅଗ୍ନିବୀର ପାଇଁ ପ୍ରସ୍ତୁତ ହେଉଥିଲେ |