ଚଳିତ ବର୍ଷ ବାଲିଯାତ୍ରା ଲାଗି ଜିଲ୍ଲା ପ୍ରଶାସନ ମୋଟ ୧୪୦୦ ପ୍ଲଟ ଆବଣ୍ଟନ କରିବ । ୮୯୪ ଜଣ ଆବେଦନକାରୀ ମୋଟ ୧୬୦୦ ଟି ପ୍ଲଟ ପାଇଁ ପଞ୍ଜିକରଣ କରିଛନ୍ତି । ବାଲିଯାତ୍ରାକୁ ଆଉ ଦିନ କେଇଟା ବାକି ରହିଥିବା ବେଳେ ଯାତ୍ରାକୁ ଅଧିକ ସୁରକ୍ଷିତ କରିବା ଲାଗି ପ୍ରଶାସନ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଥର ୮ଦିନ ବାଲିଯାତ୍ରା ଉପଭୋଗ କରିବେ ଦର୍ଶକ । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଭଲ ଦି ପଇସା ରୋଜଗାରର ଆଶା ରଖିଛନ୍ତି ବ୍ୟବସାୟୀ ।