ରାଜ୍ୟରେ ୧୫ ଡିଗ୍ରୀ ତଳେ ୫ ସହରର ରାତି ତାପମାତ୍ରା…

cold

ଭୁବନେଶ୍ବର : କମୁଛି ପାରଦ ବଢୁଛି ଶୀତ  । ଦେଶର ମଧ୍ୟଭାଗରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଛି  । ଯାହାର ପ୍ରଭାବରେ  କିଛି ସ୍ଥାନରେ ପାରଦ ଖସିବାରେ ଲାଗିଛି। ଅନେକ ସ୍ଥାନରେ ତାପମାତ୍ରା ୧ରୁ ୨ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇଛି  । ରାଜ୍ୟରେ ୧୫ ଡିଗ୍ରୀ ତଳେ ରହିଛି ୫ ସହରର ରାତିର ତାପମାତ୍ରା  । ୧୧.୪ ଡିଗ୍ରୀ ସହ କନ୍ଧମାଳର ଜି.ଉଦୟଗିରି ପାଲଟିଛି ରାଜ୍ୟର ସବୁଠୁ ଥଣ୍ଡା ସହର । ସିମିଳିଗୁଡା ୧୨ , କୋରାପୁଟ ୧୧.୭ , ଫୁଲବାଣୀ ୧୫,  ଦାରିଙ୍ଗବାଡି ୧୩.୫ , କିରେଇ ୧୪.୫ ଡିଗ୍ରୀ , କଟକରେ ୨୦ ଏବଂ ଭୁବନେଶ୍ବର ୨୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

୧୪ ତାରିଖ ପରେ ଶୀତ ଆହୁରି ବଢିପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ସେପଟେ ପହିଲି ଶୀତର ସ୍ପର୍ଶରେ ପୁଲକିତ ହେଉଛନ୍ତି ଲୋକେ । ଶୀତର ଆଗମନରେ ପ୍ରକୃତି ରାଣୀ ଅପୂର୍ବ ସୌନ୍ଦର୍ଯ୍ୟରେ ସଜେଇ ହୋଇଛି । ସକାଳୁ ସକାଳୁ କିଏ ବ୍ୟାୟାମ କରୁଛି ତ ଆଉ କିଏ ଚା ଖଟିରେ ଭିଡ ଜମାଉଛୁ । ଅନ୍ୟପଟେ ଶୀତର ଆଗମନ ଯୋଗୁଁ ପିକମିନ୍ ସ୍ପଟ୍ ଗୁଡିକରେ ମଧ୍ୟ ପର୍ଯ୍ୟଟକଙ୍କର ଭିଡ ଜମୁଛି  । ପ୍ରକୃତିରାଣୀ ର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ବଣ ଭୋଜିର ମଜା ଉଠାଉଛନ୍ତି ଲୋକ  ।

nis-ad
Leave A Reply

Your email address will not be published.