ମାଓବାଦୀଙ୍କ ଅସ୍ତ୍ର ଭଣ୍ଡାର ପାଲଟିଛି ଗୁମ୍ଫା, ବିପୁଳ ଅସ୍ତ୍ରଶସ୍ତ୍ର ଜବତ…

Raid_1699512237

ମାଲକାନଗିରି : ଗୁମ୍ଫା ପାଲଟିଛି ମାଓବାଦୀଙ୍କ ଅସ୍ତ୍ର ଭଣ୍ଡାର । ମାଲକାନଗିରି ତୁଳସୀ ପାହାଡ଼ରେ ଥିବା ଗୁମ୍ଫାରେ ନକ୍ସଲମାନେ ରଖୁଛନ୍ତି ଅସ୍ତ୍ରଶସ୍ତ୍ର । କମ୍ବିଂ ଅପରେସନ ବେଳେ ଏଭଳି ତଥ୍ୟ ପାଇଛନ୍ତି ବିଏସଏଫ ଯବାନ ।
ଗୁମ୍ଫା ନିକଟରେ କମ୍ବିଂ ବେଳେ ଜବତ ହୋଇଛି ବିପୁଳ ପରିମାଣର ବିସ୍ଫୋରକ ସମେତ ଅସ୍ତ୍ରଶସ୍ତ୍ର । ନକ୍ସଲ ଏଠାରୁ ନିଜ ଆତଙ୍କୀ କାର୍ଯ୍ୟକଳାପ ଅପରେଟ କରୁଥିବା ସଂଦେହ କରାଯାଉଛି ।
ନକ୍ସଲ ବିରୋଧୀ ଅପରେସନ ବେଳେ ତୁଳସୀ ପାହାଡ଼ରେ ଥିବା ଗୁମ୍ଫାରୁ ଟିଫିନ ବୋମା, ଗ୍ରେନେଡ୍, ୱାକିଟକି ଓ ବିପୁଳ ପରିମାଣର ନକ୍ସଲ ପୁସ୍ତିକା ଜବତ ହୋଇଛି । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବାକୁ ନକ୍ସଲ ରଚିଥିବା ଯୋଜନାକୁ ବିଏସଏଫ ପଣ୍ଡ କରିଛି । ଆଖପାଖ ଅଞ୍ଚଳରେ ନକ୍ସଲ ଓ ଆହୁରି ଅସ୍ତ୍ରଶସ୍ତ୍ର ଥିବା ସନ୍ଦେହରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି

nis-ad
Leave A Reply

Your email address will not be published.