ରତ୍ନ ଭଣ୍ଡାର ଖୋଲିବା ବଦଳରେ ଲେଜର୍ ସ୍କାନିଂ ରାଜ୍ୟ ସରକାରଙ୍କ ଯୋଜନାବଦ୍ଧ ଷଡ଼ଯନ୍ତ୍ର: ସମୀର ମହାନ୍ତି

samir

ଭୁବନେଶ୍ବର: ରତ୍ନ ଭଣ୍ଡାର ଖୋଲିବା ବଦଳରେ ଲେଜର୍ ସ୍କାନିଂ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି। ସେ କହିଛନ୍ତି, ଏହା ରାଜ୍ୟ ସରକାରଙ୍କ ଯୋଜନାବଦ୍ଧ ଷଡ଼ଯନ୍ତ୍ର। ପରିକ୍ରମା ପ୍ରକଳ୍ପ ଉଦଘାଟନ ପୂର୍ବରୁ କମିଟି ଗଠନ କରି ରତ୍ନ ଭଣ୍ଡାର ଖୋଲାଯାଉ ବୋଲି ସେ ଦାବି କରିଛନ୍ତି।

ବିଜେପିର ପୂର୍ବତନ ରାଜ୍ୟ ସଭାପତି ଆହୁରି କହିଛନ୍ତି, ରତ୍ନ ଭଣ୍ଡାର ଖୋଲିବା ଦାୟିତ୍ଵ ରାଜ୍ୟ ସରକାରଙ୍କର। କେବଳ ସୁପାରିଶ କରିବା କ୍ଷମତା ଗଜପତିଙ୍କର ରହିଛି। ୧୯୫୨ ମସିହାରେ ସ୍ଵତନ୍ତ୍ର ଆଇନ କରି ଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ନିଷ୍ପତ୍ତି ନେଇ ଗଜପତିଙ୍କ ଠାରୁ କ୍ଷମତା ନେଇଗଲେ। ତେଣୁ ରତ୍ନ ଭଣ୍ଡାର ଖୋଲିବା ଦାୟିତ୍ଵ ସମ୍ପୂର୍ଣ୍ଣରୂପେ ସରକାରଙ୍କର। ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଗଜପତିଙ୍କ ସୁପାରିଶକୁ କାହିଁକି କାର୍ଯ୍ୟକାରୀ କରୁ ନାହାନ୍ତି ରାଜ୍ୟ ସରକାର? ଯଥା ଶୀଘ୍ର ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କମିଟି ଗଠନ ନ କଲେ ଖୁବ୍ ଶୀଘ୍ର ପୁଣି ହାଇକୋର୍ଟରେ ଅଦାଲତ ଅବମାନନା କେସ ଫାଇଲ କରାଯିବ ବୋଲି ସମୀର ମହାନ୍ତି ଚେତାବନୀ ଦେଇଛନ୍ତି।

nis-ad
Leave A Reply

Your email address will not be published.