ମନମୋହନ ସିଂଙ୍କୁ ଟାର୍ଗେଟ କଲେ ଅମିତ ଶାହା…

amit

ନୂଆଦିଲ୍ଲୀ: ୧୭ ନଭେମ୍ବରରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କଂଗ୍ରେସ ଏବଂ ବିଜେପି ଏଥିପାଇଁ ଜୋରଦାର ପ୍ରଚାର କରୁଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଆଜି ମଧ୍ୟପ୍ରଦେଶର ଶିବପୁରୀରେ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପିଛୋରରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ କଂଗ୍ରେସକୁ ତୀବ୍ର ଟାର୍ଗେଟ କରିଥିଲେ। ସେ ତତ୍କାଳୀନ ମନମୋହନ ସିଂ ସରକାରଙ୍କୁ ଟାର୍ଗେଟ କରିଥିଲେ | ମନମୋହନ କିଭଳି ଜାତୀୟ ସୁରକ୍ଷା ଭଳି ପ୍ରସଙ୍ଗରେ ନୀରବତା ରକ୍ଷା କରୁଥିଲେ ସେନେଇ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି ଯେ ଏହା ହେଉଛି ସେହି କଂଗ୍ରେସ ପାର୍ଟି ଯାହାର ସରକାର ୧୦ ବର୍ଷ ଧରି ଥିଲା। ପ୍ରତିଦିନ ଆଲିଆ, ମାଲିଆ, ଜମାଲିଆ ପାକିସ୍ତାନରୁ ଆସି ଭାରତରେ ପ୍ରବେଶ କରି ବୋମା ବିସ୍ଫୋରଣ କରୁଥିଲେ କିନ୍ତୁ ମନମୋହନ ସିଂଙ୍କ ସରକାର କିଛି କରିନଥିଲେ। ମନମୋହନ ସିଂ ମୌନ ବାବା ସାଜି ଚୁପଚାପ୍ ବସିଥଲେ | ଆପଣ ୨୦୧୪ରେ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରିଛନ୍ତି। ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପାକିସ୍ତାନରେ ସର୍ଜିକାଲ ଏବଂ ଏୟାର ଷ୍ଟ୍ରାଇକ କରିଥିଲେ।

nis-ad
Leave A Reply

Your email address will not be published.