ପୋଲିସର ସୂଚନା ମୁତାବକ ଭଦ୍ରକର ଜଣେ ଯୁବତୀ ଭୁବନେଶ୍ବର ନୟାପଲ୍ଲୀ ଥାନା ଅଞ୍ଚଳରେ ରହି ବୈତ୍ରିବିହାରର ଏକ ଘରୋଇ କଲେଜରେ ଏମବିଏ କରୁଥିଲେ । ତା ପରେ ଫୋନରେ କଥା ବର୍ତ୍ତା , କିଛି ଦିନର ଚାଟିଂ ପରେ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ଏପରିକି ବିବାହର ପ୍ରତିଶ୍ରୁତି ଦେଇ ଦେବେଶ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ଖାଲି ଏତିକି ନୁହେଁ ଯୁବତୀଙ୍କ ଠାରୁ ଦେବେଶ ୫ ଲକ୍ଷରୁ ଅଧିକ ଟଙ୍କା ବି ନେଇଥିଲେ । କିନ୍ତୁ ପରେ ଯୁବତୀ ଜଣକ ବିବାହ କରିବାକୁ ଜିଦ୍ ଧରିବାରୁ ଦେବେଶ ଏଥିରେ ବିରକ୍ତି ପ୍ରକାଶ କରିଥିଲେ । ଏବଂ ଉଭୟଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର କିଛି ଫଟୋ ଏବଂ ଭିଡିଓ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ । ପରେ କିଛି ଦିନ ଚୁପ୍ ରହି ନୟାପଲ୍ଲୀ ଥାନାରେ ଆସି ଏତଲା ଦେଇଥିଲେ ଯୁବତୀ ଜଣକ । ପୋଲିସ ଯୁବତୀଙ୍କୁ ଏତଲା ଆଧାରରେ ଦେବେଶଙ୍କୁ ଗିରଫ କରିଛି ।
Sign in
Sign in
Recover your password.
A password will be e-mailed to you.