ଅଭିନେତା ମନୋଜ ମିଶ୍ରଙ୍କ ଉପରୁ ବ୍ୟାନ୍ ହଟାଇବା ଲାଗି ପ୍ରଯୋଜକ ସଂଘ ରାଜି

Manoj

କଟକ: ରାଜ୍ୟରେ ସିନେ-କଳାକାର ଓ ପ୍ରଯୋଜକଙ୍କ ମଧ୍ୟରେ ଚାଲିଥିବା କଳି ବଡ଼ ଆକାର ଧାରଣ କରିବା ପରେ ଆପାତତଃ ଏ ନେଇ ଏକ ସମାଧାନର ସୂତ୍ର ବାହାରିଛି। ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ (କୁନା ତ୍ରିପାଠୀ)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ରାଜ୍ୟ ପ୍ରଯୋଜକ ସଂଘ ଅଭିନେତା ମନୋଜ ମିଶ୍ରଙ୍କ ଉପରେ ଲଗାଇଥିବା ୨ ବର୍ଷୀୟ ବ୍ୟାନ୍ ହଟାଇବାକୁ ରାଜି ହୋଇଛି। ଏହି ବୈଠକରେ ପ୍ରଯୋଜକ ସଂଘ ସଭାପତି ଟୁଟୁ ନାୟକ, ଅଭିନେତା ତଥା ପ୍ରଯୋଜକ ଅରିନ୍ଦମ ରାୟ ଏବଂ ରାଜ୍ୟ ସିନେ କଳାକାର ସଂଘ ସମ୍ପାଦକ ଶ୍ରୀତମ ଦାସ ପ୍ରମୁଖ ଯୋଗ ଦେଇ ମନୋଜଙ୍କ ଉପରୁ ବ୍ୟାନ୍ ହଟାଇବାକୁ ସହମତ ହୋଇଛନ୍ତି। ମାତ୍ର ଏହି ବୈଠକକୁ ଡକା ଯାଇଥିଲେ ମଧ୍ୟ ମନୋଜ ମିଶ୍ର ଆସି ନଥିବା ଜଣାପଡ଼ିଛି।
ବେଶ୍ କିଛି ଘଣ୍ଟାର ବୈଠକ ପରେ ଓଡ଼ିଶା ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କି ପ୍ରଯୋଜକ ଟୁଟୁ ନାୟକ ମନୋଜ ମିଶ୍ରଙ୍କ ଉପରୁ ଵ୍ୟାନ୍ ହଟାଇ ଦେବା ଲାଗି ରାଜି ହୋଇଛନ୍ତି। ଅନ୍ୟପଟେ ଅଭିନେତା ଅରିନ୍ଦମ କହିଛନ୍ତି ଯେ ମୋର ଫିଲ୍ମ ‘ରାମ୍’କୁ ବ୍ୟାନ କରିବାକୁ ଯେଉଁଭଳି ଉଦ୍ୟମ ହୋଇଥିଲା ସେଥିପାଇଁ ମୁଁ ପ୍ରଯୋଜକ ସଂଘ ପାଖକୁ ଏହି ଅଭିଯୋଗ ନେଇ ଯାଇଥିଲି ଓ ସେମାନେ ତା’ ପରେ ମନୋଜ ମିଶ୍ର ଉପରେ ବ୍ୟାନ ଲଗାଇଥିଲେ। ହେଲେ ଏହି ଘଟଣା ପରେ ବହୁ ଚେଷ୍ଟା କରିଛି ମନୋଜ ମିଶ୍ରଙ୍କ ସହ ଯୋଗାଯୋଗ କରି ସମାଧାନ ପାଇଁ। ମାତ୍ର ସେ ମେସେଜ୍ କିଂବା କଲର ଉତ୍ତର ଦେଇନାହାନ୍ତି। ଆଜି ଆମେ ସମସ୍ତେ ଆସି ଆଲୋଚନା କଲୁ ଓ ବ୍ୟାନ୍ ଉଠାଇବାକୁ ବି ରାଜି ହେଲୁ। ସେହିପରି ଏହି ବୈଠକରେ ଯୋଗ ଦେଇଥିବା ରାଜ୍ୟ ସିନେ କଳାକାର ସଂଘ ସମ୍ପାଦକ ଶ୍ରୀତମ ଦାସ କହିଛନ୍ତି ପ୍ରଯୋଜକ ସଂଘ ପକ୍ଷରୁ ଆଜି ଏଠାରେ ଉପସ୍ଥିତ ଥିବା ସଦସ୍ୟ ମନୋଜ ମିଶ୍ରଙ୍କ ଉପରୁ ବ୍ୟାନ୍ ହଟାଇବା ପାଇଁ ରାଜି ହୋଇଛନ୍ତି।

nis-ad
Leave A Reply

Your email address will not be published.