ଉତ୍କୋଚ ନେବୁନି କି ଦେବୁନି- ଏମିତି ଶପଥ ନେଲେ ସୂଚନା ଓ ଲୋକସଂପର୍କ ବିଭାଗ କର୍ମଚାରୀ…

eerw

ଭୁବନେଶ୍ୱର:ଶପଥ ନେଲେ ସରକାରୀ କର୍ମଚାରୀ ଓ ଅଫିସର । ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତମୂଳକ ସାଧୁତା ବଜାୟ ରଖିବେ । ଉତ୍କୋଚ ନେବେ ନାହିଁ କିମ୍ବା ଦେବେ ନାହିଁ । ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆଜି ଶପଥ ପାଠ କରାଯାଇଛି ।

ସୂଚନା ଓ ଲୋକସଂପର୍କ ବିଭାଗ ପରିସରରେ ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଶପଥ ପାଠ କରାଇଥିଲେ । ପ୍ରତ୍ୟେକ ନାଗରିକ ସଚେତନତା ଏବଂ ଆଇନର ଶାସନକୁ ଅନୁପାଳନ କରିବା ସାଙ୍ଗକୁ ସାଧୁତା ଓ ସ୍ୱଚ୍ଛତାର ସହ ଜନସାଧାରଣଙ୍କ ହିତ ସାଧନ ପାଇଁ କାର୍ଯ୍ୟ କରିବା ଆବଶ୍ୟକ । ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତମୂଳକ ସାଧୁତା ବଜାୟ ରଖିବା ସହ ଉତ୍କୋଚ ନେବା ନାହିଁ କିମ୍ବା ଦେବେ ନାହିଁ ବୋଲି ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଶପଥ ପାଠ କରିଥିଲେ ।

ଶପଥ ପାଠ ଉତ୍ସବରେ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଗୁରୁବୀର୍‌ ସିଂହ, ଉପନିର୍ଦ୍ଦେଶକ ଡ. ଜ୍ୟୋତିର୍ମତି ସାମନ୍ତରାୟ, ଉପନିର୍ଦ୍ଦେଶକ ଶ୍ରୀମତୀ ଦୀପ୍ତିମୟୀ ମହାପାତ୍ର, ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶନୀଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଶପଥ ପାଠରେ ଅଂଶଗ୍ରହଣ କରିଥିଲେ ।

nis-ad
Leave A Reply

Your email address will not be published.