ଗରିବ , ଶୋଷିତ ଏବଂ ବଞ୍ଚିତଙ୍କ ଜୀବନସ୍ତର ଯେମିତି ଉଚ୍ଚକୁ ଉଠିବ , ସେ ନେଇ ସର୍ବଦା ଚେଷ୍ଠା ରହିବ । ଜଣେ ମହାସେବକ ଭାବେ କେନ୍ଦ୍ର ଓ ରାଜ୍ୟର ଯୋଜନା ଗରିବଙ୍କ ଯାଏ ପହଞ୍ଚିବାର ଦାୟିତ୍ବ ନେବି । ଓଡିଶାବାସୀଙ୍କ ସେବା ପାଇଁ ଶକ୍ତି ଦେବାକୁ ମୁଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କଲି । ରାଜଭବନ ଦ୍ବାର ଗରିବ ଲୋକଙ୍କ ପାଇଁ ୨୪ ଘଣ୍ଟା ଖୋଲାରହିବ । ଆଜି ପୁରୀ ରେଳ ଷ୍ଟେସନରେ ପହଞ୍ଚିବା ପରେ ନୂଆ ରାଜ୍ୟପାଳଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଜିଲ୍ଲା ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।