ଆଜି ସକାଳେ ଯାତ୍ରୀବାହୀ ବସ୍ ଟି ଯାତ୍ରୀ ମାନଙ୍କୁ ନେଇ ବରଗଡରୁ ନବରଙ୍ଗପୁରକୁ ଯାଉଥିବାବେଳେ ହଠାତ୍ ବସଟିର ଚକା ଫାଟି ଯାଇଥିଲା । ଫଳରେ ବସଟି ଭାରସାମ୍ୟ ହରାଇ ବିଲ ଭିତରକୁ ପଶିଯାଇଥିଲା । ପରେ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପୋଲିସ ବସ୍କୁ ଜବତ କରି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।