ମୁଣ୍ଡରେ ଗାମୁଛା ବାନ୍ଧି ଧାନ କାଟିଲେ ରାହୁଲ୍ ଗାନ୍ଧି…

rahu

ରାୟପୁର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦୁଇ ଦିନିଆ ଛତିଶଗଡ଼ ଗସ୍ତରେ ଅଛନ୍ତି। ଗସ୍ତର ଦ୍ୱିତୀୟ ଦିନରେ ରାହୁଲ ଗାନ୍ଧି ଆଜି ସକାଳେ ନୂଆ ରାୟପୁରର କଟିଆ ଗାଁରେ ପହଞ୍ଚିଥିଲେ। ସେ ଏଠାକାର ଚାଷୀଙ୍କ ସହ ମିଶି ଧାନ ଅମଳ କରିଥିଲେ। ସେମାନଙ୍କୁ ଦେଖି ହଠାତ୍ ଚାଷୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମୁଣ୍ଡରେ ଗାମୁଛା ଓ ହାତରେ ଦା’ ଧରି ରାହୁଲ ଗାନ୍ଧି ଚାଷୀଙ୍କ ସହ ଆଲୋଚନା କରିବା ପରେ ଧାନ ଅମଳ କରିଥିଲେ। ରାହୁଲ ଗାନ୍ଧି ଧାନ କାଟିବା ସମୟରେ ଏହି ଫଟୋକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି ।

ରାହୁଲ ଗାନ୍ଧି ପୋଷ୍ଟରେ ଲେଖିଛନ୍ତି ଯେ କୃଷକ ଖୁସିରେ ରହିଲେ ଭାରତ ଖୁସିରେ ରହିବ । ଛତିଶଗଡ଼ର କୃଷକମାନଙ୍କ ପାଇଁ କଂଗ୍ରେସ ସରକାର କରିଥିବା ୫ଟି ବଡ଼ କାର୍ଯ୍ୟ ବିଷୟରେ ମଧ୍ୟ ସେ କହିଥିଲେ। ଛତିଶଗଡରେ କଂଗ୍ରେସ ସରକାରଙ୍କ ଚମତ୍କାର କାର୍ଯ୍ୟ ଏଠାକାର କୃଷକମାନଙ୍କୁ ଭାରତରେ ସବୁଠାରୁ ଅଧିକ ସନ୍ତୁଷ୍ଟ କରିଛି । ରାହୁଲ ଗାନ୍ଧି ଆହୁରି ଲେଖିଛନ୍ତି- ଏକ ମଡେଲ ଯାହାକୁ ଆମେ ସମଗ୍ର ଭାରତରେ ଦୋହରାଇବୁ।

ଏହି ଅବସରରେ ରାହୁଲ ଗାନ୍ଧିଙ୍କ ସହ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଉପମୁଖ୍ୟମନ୍ତ୍ରୀ ଟିଏସ୍ ସିଂହଦେଓ, ଗୃହମନ୍ତ୍ରୀ ତାମ୍ରଧ୍ୱଜ ସାହୁ, ବାଚସ୍ପତି ଚରଣ ଦାସ ମହନ୍ତ ମଧ୍ୟ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଛତିଶଗଡ଼ରେ ୭ ଓ ୧୭ ନଭେମ୍ବରେ ଭୋଟ ଗ୍ରହଣ ହେବ ।

nis-ad
Leave A Reply

Your email address will not be published.