ଅମୃତ କଳସ ଯାତ୍ରାରେ ଦଳମତ ନିର୍ବିଶେଷରେ ସବୁ ବର୍ଗର ଲୋକେ ସାମିଲ ହେବା ସୌଭାଗ୍ୟର କଥା: ଧର୍ମେନ୍ଦ୍ର ପ୍ରଧାନ

dharmendra

ଭୁବନେଶ୍ବର: ‘ମୋର ମାଟି ମୋର ଦେଶ’ କାର୍ଯ୍ୟକ୍ରମରେ ଅମୃତ କଳସ ଯାତ୍ରା ଏବଂ ସ୍ୱତନ୍ତ୍ର ଟ୍ରେନ ଯୋଗେ ଦିଲ୍ଲୀକୁ କଳସ ଯାତ୍ରା ଯାଇଛି। ଏହା ସୌଭାଗ୍ୟର କଥା ଯେ, ଓଡ଼ିଶା ବି ଦଳମତ ନିର୍ବିଶେଷରେ ସମାଜର ସବୁ ବର୍ଗର ଲୋକମାନେ ଏଥିରେ ସାମିଲ ହୋଇଛନ୍ତି ବୋଲି କେନ୍ଦ୍ର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ସେ ଆହୁରି କହିଛନ୍ତି, ଓଡ଼ିଶାରୁ ୧୪୦୦ ପ୍ରତିନିଧିମାନଙ୍କୁ ସାଢେ ୪ କୋଟି ଓଡ଼ିଆଙ୍କ ତରଫରୁ ଦିଲ୍ଲୀ ପଠାଗଲା। ଏମାନେ ଦିଲ୍ଲୀ ଯାଇ ଓଡ଼ିଶାର ଭାବାବେଗ ଏବଂ ଅସ୍ମିତା, ଓଡ଼ିଆତ୍ୱକୁ କର୍ତ୍ତବ୍ୟ ପଥରେ ସମାହିତ କରିବେ। ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ଦେଶରେ ଏକ ନୂଆ ଜାଗରଣ ଏବଂ ଚେତନା ତିଆରି ହେଲା। ରାଷ୍ଟ୍ରୀୟ ଏକତା, ଦେଶ ପ୍ରେମ, ଭାତୃତ୍ବ ଭାବ ତିଆରି ହେଲା। କୃତଜ୍ଞ ଦେଶ ସ୍ୱତନ୍ତ୍ରତା ପୂର୍ବର ଅନେକ ସଂଗ୍ରାମୀମାନଙ୍କୁ ଏବଂ ସ୍ୱତନ୍ତ୍ରତା ପରେ ଦେଶକୁ ସୁରକ୍ଷିତ ରଖିବା ପାଇଁ ସୈନିକ ବଳ ଏବଂ ଅର୍ଦ୍ଧ ସୈନିକ ବଳର ଅନେକ ସହିଦମାନଙ୍କୁ ଆଜି ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଗଲା। ଆଜି ଆମ ଓଡ଼ିଶାର ପାଖାପାଖି ୧୩ ହଜାର ୨୫୦ ଗାଁରୁ, ପ୍ରତ୍ୟକ୍ଷ ଭାବେ ଓଡ଼ିଶାର ସବୁ ମହାପୁରୁଷ ମାନଙ୍କର ଜନ୍ମସ୍ଥାନରୁ ମାଟି ସଂଗ୍ରହ କରି ଦିଲ୍ଲୀ ପଠାଗଲା। ଆଗାମୀ ଅକ୍ଟୋବର ୩୧ ତାରିଖରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଦିନ କର୍ତ୍ତବ୍ୟ ପଥରେ ଏହାକୁ ସ୍ଥାପିତ କରାଯିବ। ଦେଶର ୭୫୦୦ ବ୍ଲକରୁ ଆସିଥିବା ମାଟିକୁ ପ୍ରଧାନମନ୍ତ୍ରୀଙ୍କୁ ଅର୍ପଣ କରାଯିବ। ଅମୃତ ବାଟିକା ତିଆରି କରାଯିବ। ଅମୃତ ମହୋତ୍ସବର ୨ ବର୍ଷବ୍ୟାପି ଲୋକ ଉତ୍ସବର ସମାପନ ମଧ୍ୟ ହେବ। ଏହା ସୌଭାଗ୍ୟର କଥା ଯେ, ଓଡ଼ିଶା ବି ଦଳମତ ନିର୍ବିଶେଷରେ ସମାଜର ସବୁ ବର୍ଗର ଲୋକମାନେ ଏଥିରେ ସାମିଲ ହେଲେ। ଓଡ଼ିଶାରୁ ୧୪୦୦ ପ୍ରତିନିଧିମାନଙ୍କୁ ସାଢେ ୪କୋଟି ଓଡ଼ିଆଙ୍କ ତରଫରୁ ଦିଲ୍ଲୀ ପଠାଗଲା। ଏମାନେ ଦିଲ୍ଲୀ ଯାଇ ଓଡ଼ିଶାର ଭାବାବେଗ ଏବଂ ଅସ୍ମିତା, ଓଡ଼ିଆତ୍ୱକୁ କର୍ତ୍ତବ୍ୟ ପଥରେ ସମାହିତ କରିବେ। ପ୍ରଧାନମନ୍ତ୍ରୀଙ୍କ ମାଧ୍ୟମରେ ବୀରମାନଙ୍କୁ ଶ୍ରଦ୍ଧାସୁମନ ଅର୍ପିତ କରିବେ।
ଏଣେ ଏନେଇ ବିଜେଡି ସାଂସଦ ମୁନା ଖାନ କହିଛନ୍ତି, ଏହା ଦେଶର କଥା କୌଣସି ଦଳର କଥା ନୁହେଁ, ସେଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆମ ସୌଭାଗ୍ୟ ଓଡ଼ିଶାର ୩୧୪ ବ୍ଲକରୁ ସହିଦ ବୀର ଯବାନ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ଗ୍ରାମରୁ ମାଟି ଦିଲ୍ଲୀ ଯାଉଛି। ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଲାଗି ଧନ୍ୟବାଦ ଜଣାଇବା ସହ ବିଜେଡି ସାଂସଦ ମୁନା ଖାନ ଆହୁରି କହିଛନ୍ତି ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଏକ କାର୍ଯ୍ୟକ୍ରମ କରାଯାଇ କଳସକୁ ସ୍ୱାଗତ କରାଯାଇଥିଲା। ସେହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଥିଲେ। ଆଜି କଳସଗୁଡ଼ିକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦଙ୍କ ଉପସ୍ଥିତିରେ ଦିଲ୍ଲୀ ପଠାଯାଇଛି। ଏହା ଦେଶର କଥା, କୌଣସି ଦଳର କଥା ନୁହେଁ। ଦିଲ୍ଲୀରେ ତିଆରି ହେବାକୁ ଥିବା ସ୍ମାରକୀ ହେଲେ, ଦେଶର ସମସ୍ତ ବୀରଙ୍କ କଥା ଆଗାମୀ ପିଢ଼ି ଜାଣିପାରିବେ।

nis-ad
Leave A Reply

Your email address will not be published.