ବିଜେପିର ‘ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ: ୧୩, ୧୨୮ଟି ଗାଁରୁ ସଂଗ୍ରହ ହୋଇଛି ମାଟି , ଆସନ୍ତାକାଲି ଯିବ ଦିଲ୍ଲୀ…

mo

ଭୁବନେଶ୍ବର : ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମକୁ ନେଇ ବିଜେପି ପକ୍ଷରୁ ପ୍ରେସମିଟ୍  ଅନୁଷ୍ଠିତ ହୋଇଛି  । ଏ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ଅଗଷ୍ଟ ୯ ତାରିଖରୁ ଓଡିଶାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସ୍ବାଧୀନତାର ଅମୃତ ମହୋତ୍ସବର ଶେଷ କାର୍ଯ୍ୟକ୍ରମ ହେଉଛି ମୋ ମାଟି ମୋ ଦେଶ  । ୩୧୪ ବ୍ଲକର ୧୩ ହଜାର ୧୨୮ ଟି ଗାଁରୁ ମାଟି ସଂଗ୍ରହ ହୋଇଛି ।

ରାଜ୍ୟର ୧୨ ହଜାର ୮୩୩ଟି ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଆସନ୍ତାକାଲି ସକାଳ ୮ଟାରେ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଶୋଭାଯାତ୍ରା ବାହାରିବ  । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ସମସ୍ତ ନେତା ଉପସ୍ଥିତ ରହିବେ । ୬୧୧ ଜଣ ପ୍ରତିନିଧିଙ୍କ ପାଇଁ ଟିକେଟ ହୋଇଛି । କାଲି ସ୍ବତନ୍ତ୍ର ଟ୍ରେନରେ ସଂଗ୍ରହ ହୋଇଥିବା ପବିତ୍ର ମାଟି ଦିଲ୍ଲୀ ଯିବ  । ୩୧ ତାରିଖରେ ପ୍ରଧାନମନ୍ତ୍ରୀ ଅମୃତ ବାଟିକାର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

nis-ad
Leave A Reply

Your email address will not be published.