ମାସକରେ ପିଆଜ ଦର ଡବଲ…

oni

ଭୁବନେଶ୍ଵର: ଟମାଟୋ ପରେ ଏବେ ପିଆଜର ପାଳି । କୁହନ୍ତି ଯେ, ପିଆଜ କାଟିଲେ ଲୋକଙ୍କ ଆଖିରେ ପାଣି ଆସେ । କିନ୍ତୁ ଏବେ ପିଆଜ କିଣିବାକୁ ବି ଲୋକଙ୍କ ଆଖିରେ ପାଣି ଆସିଯାଉଛି । ମାସକ ଭିତରେ ପିଆଜ ଦର ଡବଲ । ପିଆଜ କିଲୋ ପିଛା ମାସେ ତଳେ ୨୫ ଟଙ୍କା ଥିବା ବେଳେ ଏବେ ତାହା ଡବଲ ହୋଇ ୫୦ ଟଙ୍କାରେ ପହଞ୍ଚିଲାଣି । କିଛି ସ୍ଥାନରେ ବ୍ୟବସାୟୀ କିଲୋ ପିଛା ୬୦ ଟଙ୍କାରେ ବିକୁଛନ୍ତି ।

ଖୁଚୁରା ବଜାରରେ ପିଆଜ ଦର କେଜି ପିଛା ୫୫ରୁ ୬୦ଟଙ୍କାରେ ବିକ୍ରି ହେଉଛି । କେବଳ ଖୁଚୁରା ବଜାର ନୁହେଁ, ପାଇକାରୀ ବଜାରରେ ମଧ୍ୟ ପିଆଜ ଦର ୭ରୁ ୮ ଟଙ୍କା ବୃଦ୍ଧି ପାଇଛି । ଆଜାଦପୁର ମଣ୍ଡିରେ ପିଆଜ ଦର କେଜି ପିଛା ପାଇକାରୀ ଦର ୩୫ରୁ ୪୦ ଟଙ୍କା ରହିଛି । ସେହିପରି ଏସିଆର ସର୍ବବୃହତ ପିଆଜ ମଣ୍ଡି ମହାରାଷ୍ଟ୍ରର ଲାସଲ ଗାଁରେ ପିଆଜ ଦରରେ ମଧ୍ୟ ବୃଦ୍ଧି ଘଟିଛି । ୧୫ ଦିନ ତଳେ ଏଠାରେ ପିଆଜ କ୍ୱିଣ୍ଟାଲ ପିଛା ୨୩୫୦ଟଙ୍କାରେ ବିକ୍ରିହେଉଥିବାବେଳେ ଏବେ ଏହା୩୮୦୦ ଟଙ୍କାରେ ପହଞ୍ଚିଛି ।

ଚାହିଦା ମୁତାବକ ଯୋଗାଣ ସମ୍ଭବ ହେଉନଥିବାରୁ ଦର ବଢିଥିବା ବ୍ୟବସାୟୀ କହିଛନ୍ତି । ନୂଆ ପିଆଜ ଅମଳରେ ବିଳମ୍ବ ଘଟୁଥିବାରୁ ଏପରି ସ୍ଥିତି ଦେଖାଦେଇଛି । ତେବେ ନଭେମ୍ବର ମଧ୍ୟଭାଗରେ ବଜାରକୁ ନୂଆ ପିଆଜ ଆସିଲେ ଦର କମିଯିବ ବୋଲି କୁହାଯାଉଛି । ଏପଟେ ପିଆଜ ମୂଲ୍ୟ ବୃଦ୍ଧିର ସିଧାସଳଖ ପ୍ରଭାବ ଖୁଚୁରା ବଜାରରେ ପଡିଥିବା ବେଳେ ସେପଟେ ପିଆଜ ଦର ବୃଦ୍ଧିକୁ ନେଇ ଚିନ୍ତାରେ ପଡିଛନ୍ତି ଗ୍ରାହକ ।

nis-ad
Leave A Reply

Your email address will not be published.