ଆସନ୍ତା ଜାନୁଆରୀ ୨୨ରେ ରାମ ମନ୍ଦିର ଉଦଘାଟନ, ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦୀ

RAM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ କରିବେ। ୨୦୨୪ ଜାନୁଆରୀ ୨୨ ତାରିଖରେ ଦିନ ୧୨.୩୦ରେ ଉଦଘାଟନ ସମାରୋହ କାର୍ଯ୍ୟକ୍ରମ ରହିଛି। ଉଦଘାଟନ ଉତ୍ସବରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ମତି ଦେଇଥିବା ସୂଚନା ମିଳିଛି।

ଆଜି ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ କରି ସୂଚନା ଦେବା ସହ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର କର୍ମକର୍ତ୍ତା ତାଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରୁଥିବା ଫୋଟ ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଟ୍ବିଟର ପୋଷ୍ଟରେ ଲେଖିଛନ୍ତି ଯେ ଆଜି ଏକ ଭାବନାରେ ପରିପୂର୍ଣ୍ଣ ଦିନ। ସମ୍ପ୍ରତି ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର କର୍ମକର୍ତ୍ତାମାନେ ମୋ ବାସଭବନରେ ମୋତେ ଭେଟିବାକୁ ଆସିଥିଲେ। ଏହି ଅବସରରେ ସେମାନେ ଶ୍ରୀ ରାମ ମନ୍ଦିରରେ ପ୍ରାଣପ୍ରତିଷ୍ଠା ଅବସରରେ ମୋତେ ଅଯୋଧ୍ୟାକୁ ଆସିବାକୁ ନିମନ୍ତ୍ରଣ କରିଥିଲେ। ମୁଁ ନିଜକୁ ବହୁତ ଧନ୍ୟ ମନେ କରୁଛି। ଏହା ମୋର ସୌଭାଗ୍ୟ ଯେ ମୋ ଜୀବନ କାଳ ମଧ୍ୟରେ ମୁଁ ଏହି ଐତିହାସିକ ଘଟଣାର ସାକ୍ଷୀ ହେବି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଟ୍ବିଟରେ ଉଲ୍ଲେଖ କରିଛନ୍ତି।

ଆଜି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର କର୍ମକର୍ତ୍ତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ପାଇଁ ନିମନ୍ତ୍ରଣ କରିଥିଲେ। ଟ୍ରଷ୍ଟର କର୍ମକର୍ତ୍ତାଙ୍କ ନିମନ୍ତ୍ରଣକୁ ଗ୍ରହଣ କରି ଅଯୋଧ୍ୟା ରାମ ମନ୍ଦର ଉଦଘାଟନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମତି ପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.