ମଝି ସମୁଦ୍ରରେ ଫସିଲା ‘ସମୁଦ୍ର କୌସ୍ତୁଭ’ ଜାହାଜ…

jahaja

ପାରାଦୀପ : ସମୁଦ୍ର ମଝିରେ ଫସିଲା ଜାହାଜ। ଗତକାଲି ଜିଓ ଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଜାହାଜ ‘ସମୁଦ୍ର କୌସ୍ତୁଭ’ ମଝି ସମୁଦ୍ରରେ ଫସିଛି । ଇଞ୍ଜିନ୍ ତ୍ରୁଟି ଯୋଗୁ ଜାହାଜଟି ସମୁଦ୍ରରେ ଫସି ରହିଛି । ବଙ୍ଗୋପସାଗରରେ ବାତ୍ୟା ସତ୍ତ୍ବେ କୋଷ୍ଟଗାର୍ଡ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପାରାଦ୍ଵୀପ ଠାରୁ ୩୫ ନଟିକାଲ ମାଇଲ ଦୂରରେ ଜାହାଜ ରହିଛି। ସେଠାରେ ICG ଜାହାଜ ଅମୋଘ ପାଟ୍ରୋଲ କରୁଛି। ଟଣା ହୋଇ ପାରାଦ୍ଵୀପ ବନ୍ଦରକୁ ଆସିବ ସମୁଦ୍ର କୌସ୍ତୁଭ। ଆଜି ସନ୍ଧ୍ୟାରେ ପାରାଦ୍ଵୀପ ବନ୍ଦରରେ ପହଞ୍ଚିବ। ‘ସମୁଦ୍ର କୌସ୍ତୁଭ’ରେ ୨୫ ଜଣ କ୍ରିଉ ମେମ୍ବର ଅଛନ୍ତି ।

ଗତକାଲି ସକାଳେ ଅତି ଭୀଷଣ ବାତ୍ୟାରେ ରୂପନେଇଥିବା ‘ହାମୁନ’ ସନ୍ଧ୍ୟା ସୁଦ୍ଧା ଦୁର୍ବଳ ହୋଇଭ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଏବେ ଆଗକୁ ବଢ଼ୁଛି ବାତ୍ୟା। ବଙ୍ଗୋପସାଗରରେ ପୂର୍ବ-ଉତ୍ତରପୂର୍ବ ଦିଗରେ ଗତି କରୁଛି। ପାରାଦୀପ ଠାରୁ ପୂର୍ବ ଦିଗରେ ୩୩୦ କିମି ଦୂରରେ ରହିଛି। ଆସନ୍ତାକାଲି ବାଂଲାଦେଶ ଉପକୂଳ ଅତିକ୍ରମ କରିବ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ କୁହାଯାଇଛି।

nis-ad
Leave A Reply

Your email address will not be published.