ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଠାରୁ ସୁନାଚେନ୍‌ ଲୁଟ୍‌ ଅଭିଯୋଗରେ ୩୦ ଜଣ ଅଟକ

chora

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଏକାଧିକ ପୂଜାମଣ୍ଡପରୁ ଲୁଟ୍‌ ଘଟଣାରେ କମିସନରେଟ୍‌ ପୁଲିସ ବିଭିନ୍ନ ଥାନା ଅଞ୍ଚଳରେ ଆୟୋଜିତ ପୂଜା ମଣ୍ଡପରୁ ୬ ଜଣ ମହିଳାଙ୍କ ସମେତ ୩୦ରୁ ଅଧିକ ସନ୍ଦିଗ୍ଧ ଲୁଟେରାଙ୍କୁ ଉଠାଇ ନେଇ ଅଟକ ରଖିଛି। ଅଟକ ଥିବା ଅଭିଯୁକ୍ତମାନଙ୍କୁ ପୁଲିସ ପଚରାଉଚରା କରୁଛି। ଖଣ୍ଡଗିରି ଥାନା, ମଞ୍ଚେଶ୍ଵର ଥାନା, ଲକ୍ଷ୍ମୀସାଗର ଥାନା, ନୟାପଲ୍ଲୀ ଥାନା ଓ ସହିଦନଗର ଥାନାରେ ସନ୍ଦିଗ୍ଧ ଲୁଟେରାମାନେ ଅଟକ ରଖିଛନ୍ତି। ଖଣ୍ଡଗିରି ଥାନାରେ ମହିଳା ଲୁଟେରା ଗ୍ୟାଙ୍ଗ ଅଟକ ଥିବା ସୂଚନା ମିଳିଛି। ଲୁଟେରାମାନଙ୍କ ଠାରୁ ପୁଲିସ ବହୁ ଚୋରି ସାମଗ୍ରୀ ଜବତ କରିଛି।

ସୂଚନାଯୋଗ୍ୟ ଗତକାଲି (ରବିବାର) ଅଷ୍ଟମୀରେ ବିଭିନ୍ନ ପୂଜା ମଣ୍ଡପ ଓ ଗହଳିର ସୁଯୋଗ ନେଇ ଲୁଟେରାମାନେ ସୁନାଚେନ୍‌ ସମତେ ମୋବାଇଲ ଓ ପର୍ସ ଆଦି ଲୁଟିଥିଲେ। କେବଳ ବମୀଖାଲ ଦୁର୍ଗାମଣ୍ଡପରେ ଲୁଟ ଘଟଣାରେ ୮ ଜଣଙ୍କୁ କାବୁ କରିଥିଲେ ମଣ୍ଡପ କର୍ମକର୍ତ୍ତା। ଏଠାରେ ୧୫ ମିନିଟ ଭିତରେ ୧୦ ଭରିର ସୁନା ଚେନ ଲୁଟିଥିଲେ। ଅନ୍ୟ ମଣ୍ଡପରେ ମଧ୍ୟ ଶ୍ରଦ୍ଧାଳୁଙ୍କୁ ସମଦଶା ଭୋଗିବାକୁ ପଡିଥିଲା। ଭୁବନେଶ୍ବର ଓ ଏହାର ଉପକଣ୍ଠରେ ୩୦ ଜଣଙ୍କ ଠାରୁ ଚେନ୍‌, ମୋବାଇଲ, ପର୍ସ ଚୋରି ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ସନ୍ଦିଗ୍ଧଙ୍କୁ ଉଠାଇଛି।

ପୁଲିସ କହିଛି ଯେ, ଲୁଟେରାମାନଙ୍କ ମଧ୍ୟରୁ ୬ ଜଣ ମହିଳା ଅଛନ୍ତି। ଏମାନେ ବାହାର ରାଜ୍ୟରୁ ଆସିଛନ୍ତି। ଯେପରି ଲୋକେ ତାଙ୍କୁ ସନ୍ଦେହ ନକରିବେ ସେଥିପାଇଁ ସାଙ୍ଗରେ ଛୋଟ ଛୁଆ ଓ ମହିଳା ମାନଙ୍କୁ ଆଣି ଅପରେସନ କରୁଥିଲେ। ଥାନାରେ ଅଟକ ରଖାଯିବା ସହ ସେମାନଙ୍କ ନିକଟରୁ ମୋବାଇଲ ଫୋନ ଓ ନଗଦ ଟଙ୍କା ଜବତ କରାଯାଇଛି । ପୂଜା ମଣ୍ଡପରେ ମା’ମାନଙ୍କର ସୁରକ୍ଷା ପାଇଁ କଡାକଡ଼ି ବ୍ୟବସ୍ଥା କରାଯାଇଛି। ସାଦା ପୋଷାକଧାରି ପୁଲିସ ସମେତ ମହିଳା ପୁଲିସ ମୃତୟନ କରାଯାଇଛି।

nis-ad
Leave A Reply

Your email address will not be published.