ଇସ୍ରାଏଲ ସେନା ଦକ୍ଷିଣ ଲେବାନନରୁ ୨୦ଟି ହିଜବୁଲ୍ଲା ସେଲ୍‌କୁ କଲା ନିପାତ

hm

ତେଲଅଭିଭ: ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ)ର ମୁଖପାତ୍ର ରିଅର୍‌ ଆଡମିରାଲ ଡାନିଏଲ ହାଗାରି କହିଛନ୍ତି ଯେ ଇସ୍ରାଏଲ-ହାମାସ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଦକ୍ଷିଣ ଲେବାନନରେ ସକ୍ରିୟ ଥିବା ୨୦ଟି ହିଜବୁଲ୍ଲା ସେଲ୍‌କୁ ନିପାତ କରିବା ପାଇଁ ସେନା ଆକ୍ରମଣ ଚଳାଇଛି। ଇସ୍ରାଏଲ-ହମାସ ଯୁଦ୍ଧ ଅକ୍ଟୋବର ୭ ତାରିଖରୁ ଆରମ୍ଭ ହେବା ପରଠାରୁ ହିଜବୁଲ୍ଲା ଆତଙ୍କବାଦୀ ସଂଗଠନ ଉତ୍ତର ଇସ୍ରାଏଲର ଆଇଡିଏଫ୍‌ ପୋଷ୍ଟ ଏବଂ ସହରଗୁଡ଼ିକ ଉପରେ ଲେବାନନରୁ ଦୈନିକ କ୍ଷେପଣାସ୍ତ୍ର ଆକ୍ରମଣ କରୁଛି।

ଏପର୍ଯ୍ୟନ୍ତ ୨୨୨ ଜଣ ବନ୍ଧକଙ୍କ ପରିବାରଙ୍କ ସହ ଯୋଗାଯୋଗ କରାଯାଇଥିବା ହାଗରୀ କହିଛନ୍ତି। ଏମାନଙ୍କ ପ୍ରିୟଜନମାନଙ୍କୁ ଗାଜା ଷ୍ଟ୍ରିପ୍‌ରେ ରଖାଯାଇଛି ଏବଂ ଏମାନଙ୍କ ମଧ୍ୟରେ ବିଦେଶୀ ନାଗରିକ ମଧ୍ୟ ଅଛନ୍ତି। ସେମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କ ପରିବାରକୁ ଅବଗତ କରିବାକୁ ସମୟ ଲାଗବ ବୋଲି ସେ କହିଛନ୍ତି।

ହମାସ ଦ୍ୱାରା ବନ୍ଧକଙ୍କୁ ମୁକ୍ତ କରିବା ପାଇଁ ଅଧିକ ସମୟ ଦେବା ପାଇଁ ଗ୍ରାଉଣ୍ଡ ଅପରେସନରେ ବିଳମ୍ବ ହେଉଛି କି ବୋଲି ପଚରାଯିବାରୁ ହାଗରୀ କହିଛନ୍ତି, ଆମେ ବନ୍ଦୀମାନଙ୍କୁ ମୁକ୍ତ କରିବା ଏବଂ ସେମାନଙ୍କୁ ଘରକୁ ଆଣିବା ପାଇଁ ସମସ୍ତ ଉପାୟରେ କାର୍ଯ୍ୟ କରୁଛୁ। ଗାଜାରେ ପ୍ରବେଶ କଲେ ଇସ୍ରାଏଲ ସୈନିକଙ୍କୁ ହତ୍ୟା କରିବାକୁ ହମାସ ଧମକ ଦେଇଛି।

ଅନ୍ୟପକ୍ଷରେ ଆଇଡିଏଫ ମୁଖପାତ୍ର ଜୋନାଥନ କନରିକସ୍‌ ରବିବାର କହିଛନ୍ତି ଯେ ହିଜବୁଲ୍ଲା ଏକ ବିପଜ୍ଜନକ ଖେଳ ଖେଳୁଛି ଏବଂ ପରିସ୍ଥିତିକୁ ଆହୁରି ଗମ୍ଭୀର କରୁଛି। ସେ କହିଛନ୍ତି ଯେ ହିଜବୁଲ୍ଲା ଲେବାନନକୁ ଯୁଦ୍ଧକୁ ଭିତରକୁ ଟାଣି ନେଉଛି। ସେ କହିଛନ୍ତି ଯେ ଇସ୍ରାଏଲ ହିଜବୁଲ୍ଲାର ବିଭିନ୍ନ ଭିତ୍ତିଭୂମି ଉପରେ ଆକ୍ରମଣ କରିଛି। ଇସ୍ରାଏଲ ସେନା ଦକ୍ଷିଣ ଲେବାନନରୁ ୨୦ଟି ହିଜବୁଲ୍ଲା ସେଲ୍‌କୁ ନିପାତ କରିଛି ବୋଲି ଆଇଡିଏଫ୍‌ ମୁଖପାତ୍ର ରିଅର୍‌ ଆଡମିରାଲ ଡାନିଏଲ୍‌ ହାଗରି କହିଛନ୍ତି।

nis-ad
Leave A Reply

Your email address will not be published.