ପୁଣି ଆତଙ୍କ ଖେଳାଇଲେ ଅବସରପ୍ରାପ୍ତ ଯବାନ, ଏସ୍‌ଆଇ ଓ କନଷ୍ଟେବଲଙ୍କୁ ହାଣିଲେ…

hj

ବାଙ୍କୀ : ପୁଣି ଆତଙ୍କ ଖେଳାଇଲା ହରିରାଜପୁରର ଅବସରପ୍ରାପ୍ତ ଯବାନ ସରୋଜ ଦାସ । ଗିରଫ କରିବାକୁ ଯାଇଥିବାବେଳେ ସରୋଜ ବାଙ୍କୀ ଥାନା ଏସଆଇଙ୍କୁ ଆକ୍ରମଣ କରିଛି । ସରୋଜ ଆଜି ସକାଳେ କାତି ଧରି ଆଦିମାତା ଛକ ନିକଟରେ ଆତଙ୍କ ଖେଳାଇଥିବା ବେଳେ ତାଙ୍କୁ କାବୁ କରିବାକୁ ଯାଇଥିଲେ ଏସ୍‌ଆଇ ସମ୍ବିତ ସ୍ୱାଇଁ ଓ କନଷ୍ଟେବଲ ଉତ୍ତମ କର।

ଏତିକିବେଳେ ସରୋଜ ସେମାନଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଫଳରେ ବାଙ୍କୀ ଥାନା ଏସଆଇ ସମ୍ବିତ୍ ସ୍ବାଇଁ ଏବଂ କନେଷ୍ଟବଳ ଗୁରୁତର ହୋଇଛନ୍ତି  । ଉଭୟଙ୍କୁ ବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି । ପୂର୍ବରୁ ସରୋଜ ବାଙ୍କୀ ଥାନା ମହିଳା ଏସଆଇଙ୍କୁ ଯବାନ ଜଣଙ୍କ ଆକ୍ରମଣ କରିଥିଲା । ବାଙ୍କୀ ବଜାରରେ ବି ଆତଙ୍କ ଖେଳାଇଥିଲା ।

nis-ad
Leave A Reply

Your email address will not be published.