ସୂଚନା ମୂତାବକ ଗତକାଲି ରାତିରେ କେ ପଦ୍ମ ଏବଂ ନୃସିଂହ ଏକ ଅଟୋରେ ପୁରୁଷୋତ୍ତମପୁରରୁ ନିଜ ଗାଁକୁ ଆସୁଥିଲେ । ଏତିକିବେଳେ ହଠାତ୍ କିଛି ଯୁବକ ଦୁହିଁଙ୍କୁ ମରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଫଳରେ ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର କେ ପଦ୍ମଙ୍କୁ ମୃତ ଘୋଷଣା କରିଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଉଥିବାବେଳେ ପୋଲିସ ଅଧିକ ଛାନଭିନ୍ ଜାରି ରଖିଛି ।
Sign in
Sign in
Recover your password.
A password will be e-mailed to you.