ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନା କେବଳ ନିର୍ବାଚନୀ ପ୍ରଚାର ସର୍ବସ୍ବ: କଂଗ୍ରେସ

congress-ff-728x430

ଭୁବନେଶ୍ବର: ଆସନ୍ତା କିଛି ଦିନ ମଧ୍ୟରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା, ମିଜୋରାମ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଆସନ୍ତାବର୍ଷର ସାଧାରଣ ନିର୍ବାଚନ। ଏହାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଶୁଭାରମ୍ଭ କରିଛନ୍ତି। ଏହା କେବଳ ନିର୍ବାଚନୀ ଧୂଆଁ ବାଣ ଛଡ଼ା ଆଉ କିଛି ନୁହେଁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ ଦାଶ।
ଶ୍ରୀ ଦାଶ କହିଛନ୍ତି ଯେ ଏହି ଯୋଜନାରେ ନୂତନତା ନାହିଁ। ଏହା ପୁରୁଣା ଯୋଜନାର ନୂଆ କଳେବର। ସରକାରୀ ଅର୍ଥ ଶ୍ରାଦ୍ଧରେ ଆଡ଼ମ୍ବରପୂର୍ଣ୍ଣ ଘୋଷଣା। ଏମିତିକା ଯୋଜନା ପୂର୍ବରୁ ଥିଲା। ୧୯୭୮ ମସିହାରେ ସେତେବେଳର ଜନତା ସରକାର ସମନ୍ୱିତ ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦାରିଦ୍ର ସୀମାରେଖା ତଳେ ରହୁଥିବା ପରିବାରମାନଙ୍କୁ ସେମାନଙ୍କର ଜୀବନ ଅବସ୍ଥା ଉନ୍ନତ କରିବାରେ ସାହାଯ୍ୟ କରିବା। ସ୍ୱରୋଜଗାର ପାଇଁ ଗ୍ରାମୀଣ ଯୁବକମାନଙ୍କର ତାଲିମ ଯୋଜନାଟି ୧୯୭୯ରେ ଏକ ପୃଥକ ଜାତୀୟ ଯୋଜନା ଭାବରେ ଆରମ୍ଭ କରାଯାଇଥିଲା। ଏବେର ଯୋଜନାରେ ତ୍ରିସ୍ତରୀୟ ଚୟନ ପ୍ରକ୍ରିୟା ରହିଛି। ତେଣୁ ହିତାଧିକାରୀଙ୍କୁ କେତେ ସଫଳତାର ସହ ଚୟନ କରାଯିବ ତାହା ଗୁରୁତ୍ବପୂର୍ଣ୍ଣ। ୨୦୦୮ ମସିହାରେ କଂଗ୍ରେସ ନେତୃତ୍ୱାଧୀନ ସରକାର ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ ମାଧ୍ୟମରେ ମାଇକ୍ରୋ ଉଦ୍ୟୋଗ ପ୍ରତିଷ୍ଠା କରି ନିଯୁକ୍ତି ସୁଯୋଗ ସୃଷ୍ଟି ଆରମ୍ଭ ହୋଇଥିଲା। ୫୦ ଲକ୍ଷ ଋଣ ପାଇବାର ବ୍ୟବସ୍ଥା ଥିବା ଯୋଜନାରେ ହିତାଧିକାରୀ ଚୟନ ଗୋଟିଏ ସ୍ତରରେ ହେଲା ବେଳେ ଏବେର ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନାରେ ତ୍ରିସ୍ତରୀୟ ଚୟନ ବ୍ୟବସ୍ଥା କେତେ ଦୂର ଯଥାର୍ଥ ? ପ୍ରଧାନମନ୍ତ୍ରୀ ରୋଜଗାର ସୃଜନର ଶୁଭାରମ୍ଭ ସମୟରେ ଏତେ ବ୍ୟୟ ବହୁଳ ପ୍ରଚାରପ୍ରସାର ହୋଇ ନ ଥିଲା।
ଖଦି ବୋର୍ଡ ସଭା ଗୃହରେ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା। ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୂଳଦେବତା। କାରିଗରମାନଙ୍କୁ ବିଶ୍ୱକର୍ମା ଉପାଧି ଦେବା ଆନନ୍ଦର ବିଷୟ। କିନ୍ତୁ ବିଶ୍ୱକର୍ମା ସାର୍ଟିଫିକେଟ ପାଇଲା ପରେ ଶିଳ୍ପୀ ବା କାରିଗରମାନେ ଯେପରି ଦରିଦ୍ରର କଷାଘାତରେ କାଳତିପାତ କରିବେ ନାହିଁ ତାହାକୁ ଗୁରୁତ୍ବ ଦିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ବିଶ୍ୱନାଥ ଆଚାର୍ଯ୍ୟ ଓ ମୁଖପାତ୍ର ପ୍ରଶାନ୍ତ ଶତପଥୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.