ପୁରୀରୁ ହାତୀ ଦାନ୍ତ ଜବତ, ତିନି ଅଭିଯୁକ୍ତ ଗିରଫ…

cri

ପୁରୀ : ପୁରୀରେ ହାତୀ ଦାନ୍ତ ଜବତ । ପୁରୀ ସେଣ୍ଟ୍ରାଲ ସ୍କୁଲ ପଛପଟେ ଚଢାଉ କରି ୪୪୨ ଗ୍ରାମର ଦୁଇ ଖଣ୍ଡ ହାତୀ ଦାନ୍ତ ଜବତ କଲା ପୁରୀ ତାଳବଣିଆ ଥାନା ପୋଲିସ । ହାତୀ ଦାନ୍ତ ସହ ଗୋଟିଏ ବାଇକ୍ ଜବତ ହୋଇଛି । ଘଟଣାରେ ବାପା,ପୁଅ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଟାଉନ ଥାନା ଅନ୍ତର୍ଗତ ସୁଆର ସାହିର ରାହୁଲ ସିଂହ ,ଦୀପକ କୁମାର ଅଗ୍ରୱାଲ ଓ ତାଙ୍କ ବାପା ଶ୍ୟାମସୁନ୍ଦର ଲାଲ୍।

ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସେଣ୍ଟ୍ରାଲ ସ୍କୁଲ୍ ପଛ ପାର୍ଶ୍ବରେ ହାତୀଦାନ୍ତ କିଣାବିକା ହେବା ନେଇ ଜଣାପଡିଥିଲା। ପରେ ତାଳବଣିଆ ଥାନା ପୋଲିସ ସେଠାରେ ପହଞ୍ଚି ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ବ୍ୟାଗରେ ଥିବା ୨ଖଣ୍ଡ ହାତୀଦାନ୍ତ ପୋଲିସ ଜବତ୍ କରିଛି ପୋଲିସ। ବନ୍ୟପ୍ରାଣୀ ସୁରକ୍ଷା ଆଇନବଳରେ ପୋଲିସ ମାମଲା ରୁଜୁ କରି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

nis-ad
Leave A Reply

Your email address will not be published.