ବିଜେପିର ଅଭିଯୋଗ, ବସ୍ ସେବା ଠପ୍ କରିବା ରାଜ୍ୟ ସରକାରଙ୍କ ପ୍ରାୟୋଜିତ ଷଡଯନ୍ତ୍ର

bus

ଭୁବନେଶ୍ୱର:ପାର୍ବଣରେ ଲୋକେ ଘରକୁ ଯିବାକୁ ବ୍ୟସ୍ତ । ହେଲେ ବସ ଧର୍ମଘଟ ଯୋଗୁ ବସ ଚଳାଚଳ ଠପ ହୋଇଯାଇଛି । ଲୋକେ ବସଷ୍ଟାଣ୍ଡରେ ବସି କାନ୍ଦୁଛନ୍ତି । ଲକ୍ଷ ଲକ୍ଷ ଯାତ୍ରୀ କାନ୍ଦୁଛନ୍ତି । ହେଲେ ରାଜ୍ୟ ସରକାର ଚୁପ । ରାଜ୍ୟବ୍ୟାପୀ ବସ୍ ସେବା ଠପ୍ ହେବା ରାଜ୍ୟ ସରକାରଙ୍କ ପ୍ରାୟୋଜିତ ଷଡଯନ୍ତ୍ର । ଏମିତି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି ।

ରାଜ୍ୟ ବିଜେପି  ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ କହିଛନ୍ତି, ଓଡିଶାରେ ଗୋଟିଏ ଅହଂକାରୀ ଶାସନ ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ନେତୃତ୍ୱ ନେଇଛନ୍ତି । ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପ୍ରତି ରାଜ୍ୟ ସରକାରଙ୍କ କୌଣସି ନିଘା ନାହିଁ । କେବଳ ମିଛ ପ୍ରଚାର ଓ ପ୍ରସାର ଜରିଆରେ ଓଡିଶାବାସୀଙ୍କୁ ଭ୍ରମିତ କରିବାରେ ବ୍ୟସ୍ତ ରାଜ୍ୟ ସରକାର ।

ଓଡିଶାର ସାମାଜିକ, ଭୌଗଳିକ, ଆର୍ଥିକ, ଗମନାଗମନ ସ୍ଥିତି କ’ଣ ତାହା ରାଜ୍ୟ ସରକାରଙ୍କୁ ଜଣାନାହିଁ । ଗୋଟିଏ ପଟେ ବସ୍ ଚାଲିବ ବୋଲି ଖବରକାଗଜରେ ମୁଖ୍ୟମନ୍ତ୍ରୀଙ୍କର ରଙ୍ଗରଙ୍ଗିଆ ବିଜ୍ଞାପାନ ଆଜି ଛପିଛି । ଅପର ପକ୍ଷରେ ଆଜି ସାରା ଓଡିଶାରେ ବସ୍ ସେବା ସକାଳୁ ବନ୍ଦ ଅଛି । ଆନନ୍ଦ ଉଲ୍ଲାସଭରା ସାର୍ବଜନୀନ ଦୁର୍ଗାପୂଜା ପାଇଁ ରାଜ୍ୟ ଭିତରେ ତଥା ରାଜ୍ୟ ବାହାରେ ଥିବା ଓଡିଆ ଭାଇଭଉଣୀମାନେ ନିଜ ନିଜ ଘରକୁ ଯିବା ପାଇଁ ବ୍ୟଗ୍ର । ମାତ୍ର ହଠାତ୍ ବସ୍ ସେବା ବନ୍ଦ ହୋଇଯିବା କାରଣରୁ ରାଜରାସ୍ତାରେ ତଥା ବସଷ୍ଟାଣ୍ଡରେ ବସି କାନ୍ଦୁଛନ୍ତି ।

ଏପରି ସ୍ଥିତିରେ ରାଜ୍ୟ ସରକାର ନୀରବ କାହିଁକି? ରାଜ୍ୟ ସରକାର ଘରୋଇ ବସ୍‌ମାଲିକଙ୍କ ଠାରୁ ଟିକସ ନେଉଥିଲେ, ଏବେ କାହିଁକି ସେମାନଙ୍କ ସହ ଆଲୋଚନା କରୁନାହାନ୍ତି? ରାଜ୍ୟ ସରକାର ଅଚିନ୍ତାରେ ନ ଶୋଇ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରନ୍ତୁ ବୋଲି  ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ କହିଛନ୍ତି ।

nis-ad
Leave A Reply

Your email address will not be published.