କବାଲି କାର୍ଯ୍ୟକ୍ରମରେ ଟଙ୍କା ଉଡ଼ାଇ ଚର୍ଚ୍ଚାରେ ମନ୍ତ୍ରୀ ସାରଦା ନାଏକ…

sar

ସୁନ୍ଦରଗଡ: ଏବେ ଚର୍ଚ୍ଚାରେ ବିଜେଡି ମନ୍ତ୍ରୀ । କବାଲି କାର୍ଯ୍ୟକ୍ରମରେ ଟଙ୍କା ଉଡାଇ ଚାରିଆଡେ ସମାଲୋଚିତ ହୋଇଛନ୍ତି ଶ୍ରମମନ୍ତ୍ରୀ ସାରଦା ନାଏକ । କବାଲି ପରିବେଷଣ କରୁଥିଲେ କବାଲି ଗାୟକ ରାଇସ ଅନିସ । କବାଲିର ତାଳେ ତାଳେ ଝୁମୁଥିଳେ ମନ୍ତ୍ରୀ । ଆଉ ତା’ ପରେ ଉଡାଇବାକୁ ଲାଗିଲେ ଟଙ୍କା । ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ସୁନ୍ଦରଗଡଠାରେ ଆୟୋଜିତ ମୁସଲିମ ୟୁଥ କମିଟି ପକ୍ଷରୁ ଆୟୋଜିତ କବାଲି କାର୍ଯ୍ୟକ୍ରମରେ । ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସୁନ୍ଦରଗଡ ସହରର ଏକ ହୋଟେଲରେ ଚାଲିଥାଏ କବାଲି କାର୍ଯ୍ୟକ୍ରମ ।  କବାଲି ପରିବେଷଣ କରୁଥାନ୍ତି ଗାୟକ ରାଇସ ଅନିସ । ଗୋଟିଏ ପରେ ଗୋଟିଏ କବାଲି ଗାଇ ଚାଲିଥାନ୍ତି । ଏହି ସମୟରେ ଗାଇଲେ ସୋସିଆଲ ମିଡିଆର ହିଟ କବାଲି ସାଁପ ଡସେ ତୋ ଦୋସ୍ତ ବଚାଏ..ଦୋସ୍ତ ଡସେ ତୋ କୌନ ବଚାଏ…।’

ତାପରେ ଉଡିଲା ଟଙ୍କା । ପୁଳା ପୁଳା ଟଙ୍କା । କିଏ ୫୦୦ ଟଙ୍କିଆ ତ କିଏ ୧୦୦, କିଏ ପୁଣି ୧୦ ବା ୨୦ ଟଙ୍କା । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଶ୍ରମମନ୍ତ୍ରୀ ସାରଦା ନାଏକ । ସେ ମଧ୍ୟ ଟଙ୍କା ଉଡାଇବାକୁ ଲାଗିଲେ ।

ଭିଡ ଭିତରେ ମନ୍ତ୍ରୀ ଏପରି ଟଙ୍କା ଉଡାଉଥିବା ଦୃଶ୍ୟ କେହି ସୁଟ କରି ଏହାକୁ ଭାଇରାଲ କରିଛି । ଏହାକୁ ନେଇ ସବୁଆଡେ ଚର୍ଚ୍ଚା ଜୋର ଧରିଥିବାବେଳେ ମନ୍ତ୍ରୀ ସାରଦା ନାଏକ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ।

nis-ad
Leave A Reply

Your email address will not be published.