କୂଅରୁ ମିଳିଲା ମହିଳାଙ୍କ ମୃତଦେହ…

db

ହିନ୍ଦୋଳ : ନିଜ ଝିଅକୁ ହରାଇଥିବା ଏଇ ବାପାର କୋହଭରା କଥା ଶୁଣିଲେ ଛାତି ଫାଟିପଡିବ। କେତେ ଆଦର ଯତନରେ ଝିଅକୁ ପାଳି ପୋଷି ବଡ କରିଥିଲେ । ସଂସାରର ନିୟମ ଅନୁଯାୟୀ ସବୁ ରୀତିନୀତି ମାନି ଝିଅକୁ ଶେଷ ବିବାହ କରାଇଲେ । ହେଲେ ଯେଉଁ ଘରକୁ ନିଜ ଝିଅକୁ ପଠାଇଥିଲେ ତା ସଂସାର ଗଢିବାକୁ ସେହି ଘରର ଲୋକଙ୍କ ପାଇଁ କୁଆଡେ ଆଜି ସବୁଦିନ ପାଇଁ ଛାଡି ଚାଲିଯାଇଛି ଏଇ ବାପାର ନୟନତାରା ।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅସରଡା ଗ୍ରାମରେ ଅଘଟଣ। ଅସରଡା ଗ୍ରାମର ଦିପୁ ସାହୁଙ୍କ ସ୍ତ୍ରୀ ସ୍ଵାଗତିକା ସାହୁ ବୟସ-୩୨ବର୍ଷ ଯିଏକି ପ୍ରଥମେ ନିଖୋଜ ଥିବା ନେଇ ବାଲିମୀ ଥାନାରେ ଗତ ଶୁକ୍ରବାର ଦିନ ଅଭିଯୋଗ ହୋଇଥିଲା । ଯାହାକୁ ଆଧାର କରି ବାଲିମୀ ପୋଲିସ୍ ଖୋଜା ଖୋଜି ଆରମ୍ଭ କରିଥିଲା। ହେଲେ ଗତକାଲି ଶନିବାର ପ୍ରାୟ ୯ଟା ସମୟରେ ବୋହୂର ମୃତଦେହ ତାଙ୍କ ନିଜ କୁଅରେ ଭାସୁଥିବାର ଦେଖିଥିଲେ ଶାଶୁଘର ଲୋକେ । ଖବର ପାଇ ବାଲିମୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଲିମୀ ଅଗ୍ନିଶମ ବାହିନୀର ସହାୟତାରେ ଶବ ଜବତ କରିଥିବାର ଦେଖିବାକୁ ମିଳିଥିଲା।

ଏପଟେ ମୃତ ମହିଳାଙ୍କ ବାପା ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅକୁ ମାରି କୂଅରେ ପକାଇ ଦେଇଛନ୍ତି ଶାଶୁଘର ଲୋକେ। ଏହି ଘଟଣାରେ ବାଲିମୀ ପୋଲିସ ଝିଅର ଶ୍ୱଶୁର,ନଣନ୍ଦ,ଦିଅରକୁ ଅଟକରଖି ତଦନ୍ତ ଜାରି ରଖିଛି।

ଆଜିକାଲି ଦୁନିଆରେ ଅନେକ କୁସଂସ୍କାର ଦୂର ହୋଇଯିବା ପରେ ବଧୂ ନିର୍ଯ୍ୟାତନା କି ବଧୂ ହତ୍ୟା ନାମକ କୁସଂସ୍କାର ଦୂର ହେବାର ନା ଧରୁନି । ଏଥିପାଇଁ କେତେ ଯେ ନିରୀହ ଝିଅଙ୍କ ଜୀବନ ଚାଲିଯାଉଛି ତାହାର ହିସାବ ନାହିଁ । ଏବେ ପୁଣି ଏକ ବଧୂର ଗଲା ଜୀବନ। ତେବେ ପ୍ରକୃତ ଘଟଣା କଣ ତାହାର ଉଚିତ୍ ତଦନ୍ତ କରି ଦୋଷୀକୁ ଦଣ୍ଡ ମିଳିବା ନିହାତୀ ଆବଶ୍ୟକ ।

nis-ad
Leave A Reply

Your email address will not be published.