ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରନ୍ତି ମହୁଆ, ଟିଏମସି ସାଂସଦଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ବିଜେପି ସାଂସଦ…

mah

ନୂଆଦିଲ୍ଲୀ: ଆପଣ ଅନେକ ସମୟରେ ଲୋକସଭା ଓ ରାଜ୍ୟସଭାରେ ସାଂସଦମାନେ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ ପଚାରୁଥିବାର ଦେଖିଥିବେ | ସାଂସଦଙ୍କ ପ୍ରଶ୍ନର ଉତ୍ତର ଉକ୍ତ ମନ୍ତ୍ରାଳୟର ମନ୍ତ୍ରୀ ଦେଇଥାନ୍ତି | ତେବେ ସାଂସଦଙ୍କ ଏଭଳି ପ୍ରଶ୍ନକାଳକୁ ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି | ବାସ୍ତବରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଏଭଳି ଏକ ସଂଗୀନ ଅଭିଯୋଗ ଆଣିଛନ୍ତି |

ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ନିଶିକାନ୍ତ ଦୁବେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏଥିସହ ନିଶିକାନ୍ତ ଦୁବେ ସୁପ୍ରିମକୋର୍ଟର ଓକିଲ ଜୟ ଅନନ୍ତ ଦେହିଦ୍ରୋହିଙ୍କ ଚିଠିକୁ ଦର୍ଶାଇ ତଦନ୍ତ ଦାବି କରିଛନ୍ତି। ଓମ ବିର୍ଲାଙ୍କୁ ଲେଖାଯାଇଥିବା ଚିଠିରେ ବିଜେପି ସାଂସଦ ନିଶିକାନ୍ତ ଅଭିଯୋଗ ଆଣିଛନ୍ତି ଯେ ଟିଏମସି ସାଂସଦ ମହୁଆ ମୋଇତ୍ର ଲୋକସଭାରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନିଅନ୍ତି |

ଯେଉଁ ପ୍ରସଙ୍ଗରେ ବା ସମସ୍ୟାକୁ ନେଇ ସେ ପ୍ରଶ୍ନ କରନ୍ତି ସେଥିରେ ଲାଭ ପାଉଥିବା ବ୍ୟକ୍ତିଙ୍କଠାରୁ ସେ ଟଙ୍କା ନିଅନ୍ତି | ଟଙ୍କା ନେବା ପରେ ସେ ପ୍ରଶ୍ନ ପଚାରନ୍ତି | ନିଶିକାନ୍ତ ଲେଖିଛନ୍ତି ଯେ ଏଭଳି କାରନାମା ଗୃହକୁ ଅବମାନନା କରୁଛି। ଏହାର ତୁରନ୍ତ ଅନୁସନ୍ଧାନ କରାଯିବା ଉଚିତ୍ | ଏହି ଚିଠିରେ ସେ କହିଛନ୍ତି ଯେ ମୁଁ ଓକିଲ ଜୟ ଅନନ୍ତ ଦେହିଦ୍ରୋହିଠାରୁ ଏକ ଚିଠି ପାଇଛି ଯେଉଁଥିରେ ସେ ମହୁଆ ମୋଇତ୍ରଙ୍କ ନାମରେ ପ୍ରଶ୍ନ ବଦଳରେ ଲାଞ୍ଚ ନେଇଥିବାର ଅଭିଯୋଗ କରିଛନ୍ତି। ବିଜେପି ସାଂସଦ ଚିଠିରେ ଲେଖିଛନ୍ତି ଯେ ଜଣେ ପ୍ରସିଦ୍ଧ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ବ୍ୟବସାୟିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଶ୍ନ ପଚାରିଥିଲେ ।

nis-ad
Leave A Reply

Your email address will not be published.